Hot Posts

6/recent/ticker-posts

ଅଚଳ ଷ୍ଟ୍ରିଟ୍ ଲାଇଟ୍: ଅନ୍ଧାରରେ ବୁଡ଼ି ରହିଛି ସରଧାପୂର୍ ଗାଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ, ତୁରନ୍ତ ମରାମତି ପାଇଁ ଦାବି ।

ନୂଆପଡା, ୨୪/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତର ସରଧାପୂର୍ ଗ୍ରାମରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ସନ୍ଧ୍ୟା ପରେ ସମଗ୍ର ଗାଁ ଘନ ଅନ୍ଧାରରେ ବୁଡ଼ି ରହୁଛି। ଏହା ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ବ୍ୟାହତ ହେଉଥିବାବେଳେ ରାତ୍ରିକାଳୀନ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଗ୍ରାମର ପ୍ରମୁଖ ରାସ୍ତା ଓ ବସତି ଅଞ୍ଚଳରେ ଆଲୋକର ଅଭାବ ଯୋଗୁଁ ରାତିରେ ମହିଳା, ବୃଦ୍ଧ ତଥା ସମସ୍ତଙ୍କର ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାର କାରଣରୁ ସାପ ଓ ଅନ୍ୟ ବିଷାକ୍ତ ଜନ୍ତୁଙ୍କ ଭୟ ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଥିବାରୁ ଗ୍ରାମବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ପଞ୍ଚାୟତ ଓ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଗ୍ରାମବାସୀଙ୍କ ଦାବି, ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଅଚଳ ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକର ମରାମତି କରି ଗ୍ରାମରେ ଆଲୋକ ବ୍ୟବସ୍ଥା ସ୍ୱାଭାବିକ କରନ୍ତୁ। ଏହା ଦ୍ୱାରା ରାତିରେ ଲୋକମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ ଓ ଦୀର୍ଘଦିନର ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ।