ବିଶିଷ୍ଟ ଗାଳ୍ପିକ ଭାଗିରଥି ଧଳଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ବିଞ୍ଝାରପୁର , ୦୮/୦୭ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ ତାଉଁତରା ଗ୍ରାମର ବିଶିଷ୍ଟ ଗାଳ୍ପିକ ଓ ଉପନ୍ୟାସିକ ସ୍ୱର୍ଗତ ଭାଗିରଥି ଧଳଙ୍କ ସ୍ମୃତିଚାରଣ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବକ୍ତାମାନେ ସ୍ୱର୍ଗତ ଧଳଙ୍କ ସାହିତ୍ୟ ସାଧନା, ସୃଜନଶୀଳ ବ୍ୟକ୍ତିତ୍ୱ ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କବି ଡ଼. ଶ୍ରୀହରି ଧଳ, ଶାସନ୍ଦା ସରପଞ୍ଚ କାମଦେବ ଧଳ, ସମାଜସେବୀ ରବୀନ୍ଦ୍ର ପରିଡ଼ା, ଶିକ୍ଷାବିତ୍ ଗୌରାଙ୍ଗ ସ୍ୱାଇଁ, ରାମଚନ୍ଦ୍ର ସାମଲ, ଅଭିରାମ ସାମଲ, ଗଙ୍ଗାଧର ଧଳ, ଶାନ୍ତନୁ ଧଳ, ଅରେଇ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ହେମେନ୍ଦ୍ର କୁମାର ସାମଲ, କୃଷ୍ଣଚନ୍ଦ୍ର ମିଶ୍ର, ଦିଗାମ୍ବର ରାଉତ, ଜଗବନ୍ଧୁ ନାୟକ, ଉତ୍ତମ କୁମାର ନାୟକ ଓ ପଞ୍ଚାନନ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଭାଗିରଥି ଧଳଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ସ୍ୱର୍ଗତ ଭାଗିରଥି ଧଳଙ୍କ ସାନଭାଇ ଦାଶରଥୀ ଧଳ ସମସ୍ତ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।