ଭବାନୀପାଟଣା ବିକାଶ ସ୍କୁଲ ଠାରେ ଜାତୀୟ ସ୍ତରୀୟ ନର୍ସିଂ ସମ୍ମିଳନୀ
କଳାହାଣ୍ଡି, ୨୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିକାଶ ନର୍ସିଂ କଲେଜ ପକ୍ଷରୁ "Empowering Excellence in Nursing and Health Care – Innovating for a Health Care Tomorrow" ଶୀର୍ଷକରେ ଏକ ଜାତୀୟ ସ୍ତରୀୟ ନର୍ସିଂ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ନର୍ସିଂ ଶିକ୍ଷାବିତ୍, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ନର୍ସିଂ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା, ଆଧୁନିକ ସ୍ୱାସ୍ଥ୍ୟସେବା, ନୂତନ ଗବେଷଣା, ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ରୋଗୀ ସେବାର ମାନୋନ୍ନତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଭିନ୍ନ ବୈଜ୍ଞାନିକ ଅଧିବେଶନ, ଗବେଷଣା ପ୍ରବନ୍ଧ ଉପସ୍ଥାପନ ଓ ବିଶେଷଜ୍ଞଙ୍କ ବକ୍ତବ୍ୟ ମାଧ୍ୟମରେ ଆଗାମୀ ଦିନର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଦିଗରେ ମତବିନିମୟ କରାଯାଇଥିଲା। ଏହି ସମ୍ମିଳନୀ ମାଧ୍ୟମରେ ନର୍ସିଂ ଶିକ୍ଷାର୍ଥୀମାନେ ନୂତନ ଜ୍ଞାନ, ଗବେଷଣାମୂଳକ ଅନୁଭବ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନର ଦକ୍ଷତା ହାସଲ କରିବାର ସୁଯୋଗ ପାଇଥିଲେ।