ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ
ବେଗୁନିଆ, ୦୩/୦୭ (ମାନସ ରଞ୍ଜନ କର) : ସରକାରି ଉଚ୍ଚବିଦ୍ୟାଳୟ ଡିଙ୍ଗର ର ଏକ ଶ୍ରେଣିଗୃହ ପ୍ରକୋଷ୍ଠରେ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ପୌରୋହିତରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଅଛି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଶାନ୍ତି ଶେକ୍ଷର ସାହୁ ଗିରିଧାରି ଉଚ୍ଚବିଦ୍ୟାଳୟ କଡବ,ସରକାରୀ ଉଚ୍ଚବିଦ୍ୟାଳୟ ପରିଛଳର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁ ଅନ୍ୟତମଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିପାରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟିତ୍ରି ତଥା ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ କୁମାର ସାହୁ ବିଦ୍ୟୁତକୁ କିପରିସଦ୍ ଉପୋଯୋଗ କରାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପରାମର୍ସ ପ୍ରଦାନ କରିଥିଲେ ବିଦ୍ୟାଳୟରୁ ବିଦ୍ୟୁତକୁ ସୁବିନିଯୋଗତାର ସଂରକ୍ଷଣ ନିମନ୍ତେ ଶିକ୍ଷକଶିକ୍ଷୟିତ୍ରି ମାନେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିଥିଲେ ବିଦ୍ଯାଳୟର ଅତିଥି ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷୟିତ୍ରି ସୁଶ୍ରୀ ସୁଭସ୍ମିତା ଜେନା ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁନର୍ବାର ସମସ୍ତଙ୍କୁ ଧନ୍ୟବାଦ ଦେଇ ଏନର୍ଜିକ୍ଳବର ଦାଇତ୍ଵ ରେ ଥିବା ଶିକ୍ଷକ ଶ୍ରୀମାନ ଜ୍ଞାନରଞ୍ଜନ ଶ୍ରୀଚନ୍ଦନକୁ ଭୂରି ଭୂରି ପ୍ରସଂସା କରି ସଭା ସାଙ୍ଗ କରିଥିଲେ