Hot Posts

6/recent/ticker-posts

୭୭ତମ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ଦେଲା ହର୍ଷ ଟ୍ରଷ୍ଟ

ଝରିଗାଁ, ୦୮/୦୭ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଅଧୀନ ଟୁଟିଗୁଡ଼ା ଗ୍ରାମରେ ହର୍ଷ ଟ୍ରଷ୍ଟ ପକ୍ଷରୁ ବଣ ମହୋତ୍ସବ ପାଳିତ ହୋଇଛି। ଏହି ଅବସରରେ ଗ୍ରାମର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ହର୍ଷ ଟ୍ରଷ୍ଟର ବିଜୟ କୁମାର ବେୟାସରା ଓ ମନୋଜ କୁମାର ସାହୁ ଉପସ୍ଥିତ ରହି ବୃକ୍ଷରୋପଣର ଆବଶ୍ୟକତା ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ଗଛର ଭୂମିକା ସମ୍ପର୍କରେ ସଚେତନ କରାଇଥିଲେ।।ବଣ ମହୋତ୍ସବ ମାଧ୍ୟମରେ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶକୁ ସବୁଜ ଓ ସୁସ୍ଥ ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଧବ ପୂଜାରୀ, ଜଳଧର ଭତରା, ଭଗବାନ ଭତରା, ସନପତ ଭତରା, କଲାଧର ପୂଜାରୀ, ଟଙ୍କଧର ଭତରା, ପିତ ଭତରା, ଗଣେଶ ଭତରା, ରାମନାଥ ଭତରା, ଅଞ୍ଜନା ଭତରା, ଶୁକୁନ୍ତଳା ପୂଜାରୀ, ଆଖିମା ପୂଜାରୀ, ପୁଳମଣି ଭତରା, ଭବାନୀ ନାୟକ, ସାବିତ୍ରୀ ଭତରା, ଚଞ୍ଚଳା ପୂଜାରୀ, ଡମାୟ ପୂଜାରୀଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ|