Hot Posts

6/recent/ticker-posts

ଚାଷଜମିରେ ଜମିଥିବା ବର୍ଷାଜଳ ପରିସ୍ଥିତି ପରଖିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବବିତା ମଲିକ

ବିଂଝାରପୁର, ୨୨/୦୭ (ପ୍ରଦୀପ କୁମାର ମଲ୍ଲିକ) : ଲଗାଣ ବର୍ଷା ଯୋଗୁଁ ବିଞ୍ଝାରପୁର ବ୍ଲକର କପିଳା, ବରପଦା ସମେତ ବିଭିନ୍ନ ପଞ୍ଚାୟତର ଚାଷଜମିରେ ବର୍ଷାଜଳ ଜମି ରହିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବବିତା ମଲିକ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ସେ ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଡ୍ରେନେଜ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଏସ୍‌ଡିଓ ପ୍ରଦୀପ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ହଳୁପଡ଼ା ଗେଟ ବନ୍ଦ ଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିଲା। ମଙ୍ଗଳବାର ସେହି ଗେଟ ଖୋଲାଯାଇଥିବାରୁ ଖୁବ୍‌ଶୀଘ୍ର ଜମିରେ ଥିବା ବର୍ଷାଜଳ ନିଷ୍କାସନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।