Hot Posts

6/recent/ticker-posts

ସର୍ବ ସାଧାରଣ ନଳକୂପ କୁ ଅକ୍ତିଆର କରି ଥିବା ବେଳେ ତହସିଲଦାର ଯାଇକି ସମାଧାନ କଲେ

କୋକସରା, ୨୨/୦୭ ( ରିତେଶ କୁମାର ମୁଣ୍ଡ ) : କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ବଡ଼ରଣାପଡ଼ାରେ ଏକ ସର୍ବସାଧାରଣ ନଳକୂପକୁ ୩ଜଣ ବ୍ୟକ୍ତି ମାଲିକାନା ଦର୍ଶାଇ କଣ୍ଟାବାଡ଼ ଦେଇ ନିଜ ଅକ୍ତିଆରକୁ ନେଇଥିବା ଅଭିଯୋଗ ହୋଇଥିଲା. ଏନେଇ ସୋମବାର ପଡ଼ାର ଶତାଧୂକ ମହିଳା ଓ ଗ୍ରାମବାସୀ କୋକସରା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ. ସୂଚନା ଥାଉକି, ବଡ଼ରଣାପଡାରେ ଏକ ନଳକୂପ ବ୍ଳକ ପ୍ରଶାସନ ପକ୍ଷରୁ ବିଗତବର୍ଷ ଖୋଳାଯାଇଥିଲା ତେବେ ଗ୍ରାମର ତିନି ଜଣ ବ୍ୟକ୍ତି ଅଶ୍ଵିନୀ ବାଗ, ଧୁରେଷ୍ଟ୍ରି ବାଗ ଓ ପୁଣ୍ୟବନ୍ତ ବାଗ ନିଜ ମାଲିକାନାରେ ରଖୁଥିବା ଅଭିଯୋଗ ହୋଇଥିଲା. ଏନେଇ ପଡ଼ାର ଶତାଧୂକ ମହିଳା ଓ ଗ୍ରାମବାସୀମାନେ ଏକ ଦାବିପତ୍ର କୋକସରା ବିଡିଓ ଡ.ହିମାଞ୍ଚଳ ମାଝିଙ୍କୁ ପ୍ରଦାନ କରିବା ସହ ପଦକ୍ଷେପ ନେବାକୁ କୁ ଦାବି କରିଥିଲେ. ଏ ନେଇ ତହସିଲଦାର ଆଜି ବଡ ରଣା ପଡାକୁ ଯାଇ ସମସ୍ୟା ର ସମାଧାନ କଲେ