Hot Posts

6/recent/ticker-posts

ଗ୍ରାମ ପଞ୍ଚାୟତ ପ୍ରଶାସନ କୁ ଦିଶିଲା ନି, ସ୍ଥାନୀୟ ଯୁବକ କଲେ ଡ୍ରେନ ସଫେଇ

କର୍ଲାମୁଣ୍ଡା, ୦୫/୭ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ଵ ଡ୍ରେନରୁ ଆଜି ସକାଳେ କିଛି ଯୁବକ ଅଳିଆ ସଫା କରିଥିବା ଦେଖିବାକୁ ମିଳିଛି। ଗ୍ରାମର ପୁରୁଣା ବ୍ୟାଙ୍କ ଛକ (ରଣା ଷ୍ଟଲ) ଠାରୁ ବସ୍ତି ସ୍କୁଲ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଡ୍ରେନ ଅଳିଆ ଆବର୍ଜନାରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲା। ଡ୍ରେନ ସଫେଇ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ହେଁ ପଞ୍ଚାୟତ ପ୍ରଶାସନ ଜାଣିଶୁଣି ନ ଦେଖିଲା ପରି ନିରବ ରହିଥିଲା। ଶେଷରେ ଗ୍ରାମର ସ୍ଥାନୀୟ କେତେକ ଯୁବକ ମିଶି ଡ୍ରେନ ରୁ ଅଳିଆ ସଫା କରିଥିଲେ। ଏହି କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।