କଳାହାଣ୍ଡିରେ ଖସଡ଼ା ଭୋଟର ତାଲିକା ପ୍ରକାଶ, ସେପ୍ଟେମ୍ବର ୬ ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
କଳାହାଣ୍ଡି, ୦୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ। ଭାରତ ନିର୍ବାଚନ କମିଶନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର, ବୁଥ୍ଗୁଡ଼ିକରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି ପ୍ରାଥମିକ ଖସଡ଼ା ଭୋଟର ତାଲିକା। ଏହି ଖସଡ଼ା ତାଲିକା ପ୍ରକାଶ ପାଇବା ପରେ ସାଧାରଣ ଜନତା ଏବଂ ଯୋଗ୍ୟ ନାଗରିକମାନେ ସେମାନଙ୍କର ନାମ ଯାଞ୍ଚ କରିବା ସହ ଆପତ୍ତି ଓ ଅଭିଯୋଗ ଫର୍ମ ଦାଖଲ କରିପାରିବେ। ଏହାପରେ ଆଗାମୀ ସେପ୍ଟେମ୍ବର ୬ ତାରିଖରେ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।