Hot Posts

6/recent/ticker-posts

SCBରୁ_ନିଖୋଜ_ରୋଗୀଙ୍କୁ_ଖୋଜି_ପାଇଲା_କଟକ_ପୋଲିସ

କଟକ, ୨୮/୦୬ ( କାହୁଁ ଚରଣ ବାରିକ ) : କଟକ SCB ମେଡିକାଲରୁ ନିଖୋଜ ହୋଇଥିବା ଜଣେ ରୋଗୀଙ୍କୁ କଟକ କମିଶନରେଟ୍ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରୁ ତାଙ୍କୁ ଠାବ କରିବା ପରେ ପୋଲିସ ହେପାଜତକୁ ନେଇଥିଲା। ସୂଚନା ଅନୁଯାୟୀ, ମଙ୍ଗଳବାର ପରିବାର ସଦସ୍ୟମାନେ ତାଙ୍କୁ ନେଫ୍ରୋଲୋଜି ବିଭାଗରେ ଡାକ୍ତରଙ୍କୁ ଦେଖାଇବା ପାଇଁ SCB ମେଡିକାଲକୁ ଆଣିଥିଲେ। ହେଲେ କୌଣସି କାରଣବଶତଃ ସେ ନିଖୋଜ ହୋଇଯାଇଥିଲେ। ପରେ ପୋଲିସ ତତ୍ପରତା ଦେଖାଇ ତାଙ୍କୁ ଉଦ୍ଧାର କରିଥିଲା। ସମ୍ପର୍କୀୟମାନେ ପହଞ୍ଚିବା ପରେ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରି ପୋଲିସ ରୋଗୀଙ୍କୁ ପରିବାର ହାତରେ ହସ୍ତାନ୍ତର କରିଛି।