ବେଗୁନିଆରେ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ
ବେଗୁନିଆ, ୨୧/୦୬ (ମାନସ ରଞ୍ଜନ କର) : ତା 21/06:ର ବିବାର ଦିନ ସମାଜସେବୀ ବିଶ୍ୱରଂଜନ ସ୍ମାରକ ନିଧି ତରଫରୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଏବଂ ସମ୍ପାଦକ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଆବାହକତ୍ୱରେ ବେଗୁନିଆ ମଣ୍ଡଳ ସ୍ତରୀୟ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି. ସମାଜସେବୀ ରାମ ମାନସ ପଣ୍ଡା ଙ୍କ ତତ୍ଵାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ଓଡିଶାର ଡେପୁଟି କଣ୍ଟ୍ରୋଲ୍ଲର ଅଫ ଆକାଣ୍ଟସ ଧରିତ୍ରୀ ବରାଳ ମୁଖ୍ୟଅତିଥି, ନୟାଗଡ଼ ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ମୁଖ୍ୟବକ୍ତା, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ପରିବେଶବିତ ଧନେଶ୍ୱର ବିଧାର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ବେଗୁନିଆ ଶାଖା ପ୍ରାକ୍ତନ ଓଷ୍ଟା ସଭାପତି ଗଣେଶ୍ଵର ମିଶ୍ର ଓ ବର୍ତ୍ତମାନର ସଭାପତି ଦିବାକର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରସାଦ ମିଶ୍ର, ବେଗୁନିଆ ଗ୍ରାମ କମିଟି ଅଧ୍ୟକ୍ଷ ମାୟାଧର ମାର୍ଥା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ. ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଡ୍ରମ ବାଦ୍ୟ ବଜାଇ ସମସ୍ତ ଅତିଥିଙ୍କୁ ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା.ଜଗନ୍ନାଥଙ୍କ ଫଟୋଚିତ୍ର ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ. ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବାପରେ ଛାତ୍ରୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ.30 ଗୋଟି ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ 2026 ମାଟ୍ରିକ ପରୀକ୍ଷାର ବେଗୁନିଆ ବ୍ଲକ ଟପ୍ପର ସତ୍ୟବ୍ରତ ପାଣିଗ୍ରାହୀଙ୍କ ସମେତ 7 ଟି ବିଦ୍ୟାଳୟର 8ଜଣ ଏ1 ଗ୍ରେଡ ଡିଗ୍ରୀଧାରୀ ଓ ଅବଶିଷ୍ଟ 23 ଟି ବିଦ୍ୟାଳୟର ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ହୋଇଥିବା 23 ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନିକା, ଟ୍ରଫି ଏବଂ ଅଙ୍ଗ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା.ଉକ୍ତ କାର୍ଯ୍ୟ କ୍ରମରେ ଶିକ୍ଷୟିତ୍ରୀ ରିସ୍ମାରଶ୍ମି ପାଇକରାୟ, ଆଲୋକ ତ୍ରିପାଠୀ, ଶିକ୍ଷକ ପ୍ରଭାତ ନିଶଙ୍କ, ବିରଞ୍ଚି ନାରା୍ୟଣ ସାହୁ, ବିଶ୍ବରଞ୍ଜନ ପରିଡ଼ା, ସନ୍ତୋଷ ଗୁମାନସିଂ ସହଯୋଗ କରିଥିଲେ. ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର,ସଂଯୁକ୍ତା ଶତପଥି, ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷକ ନେତା ରାତିକାନ୍ତ କହଲସିଂହ ଓ ଅକ୍ଷୟ ମହାପାତ୍ର, ଶିକ୍ଷକ ସୁବାସ ଚନ୍ଦ୍ର ରାୟ, ଶିକ୍ଷୟିତ୍ରୀ ସୁରେଖା ରଣାଙ୍କ ସମେତ, ସ୍ମାରକ ନିଧିର ସଭ୍ୟସଭ୍ୟା, 70 ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଅଭିଭାବକ ଉପସ୍ଥିତ ଥିଲେ. ପରିଶେଷରେ ସ୍ବର୍ଗତ ସମାଜସେବୀ ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ରୀ ଅଙ୍କିତା ଧନ୍ୟବାଦ ଅର୍ପଣ କରିଥିଲେ.