Hot Posts

6/recent/ticker-posts

ନୂଆବଜାର ପୋଲ ତଳେ ଶୌଚାଳୟ ନିର୍ମାଣକୁ ନେଇ ପ୍ରଶ୍ନ, ଅନୁମତି ନିଆଯାଇଛି କି?

କଟକ, ୨୮/୦୬ ( କାହୁଁ ଚରଣ ବାରିକ ) : ନୂଆବଜ଼ାର ପୋଲ ତଳେ ବର୍ଷ ବର୍ଷ ଧରି ବ୍ୟବସାୟୀ ଓ ସାଧାରଣ ଲୋକ ଶୌଚାଳୟ ସମସ୍ୟାରେ ହଇରାଣ ହେଉଥିଲେ। ଏବେ ହଠାତ୍ ଶୌଚାଳୟର ଶୁଭ ଦେଇ ନଡ଼ିଆ ବାଡେ଼ଇବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସବୁଠାରୁ ବଡ଼ ପ୍ରଶ୍ନ – ପୋଲ ତଳେ ଶୌଚାଳୟ ନିର୍ମାଣ ପାଇଁ ସମସ୍ତ ଆବଶ୍ୟକ ଅନୁମତି ନିଆଯାଇଛି କି? ଯଦି ହଁ, ତେବେ ସେହି ଅନୁମତି ସାର୍ବଜନୀନ କରାଯାଉ। ଯଦି ନାହିଁ, ତେବେ କେଉଁ ଆଧାରରେ ଏହାର ଶୁଭ ଦିଆଗଲା?