କାଦରାୟାଁ ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ।
ବାଲେଶ୍ୱର, ୨୮/୦୬ ( ପ୍ରଭାକର ମଲ୍ଲିକ ) : ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟାଁ ପଞ୍ଚାୟତ ସେକ ମୁରାଦ ମିଆଁଙ୍କ ବାସ ଭବନରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ୧୨ ଓ ୧୬ ନମ୍ବର ୱାର୍ଡର ବହୁକର୍ମୀ ଅନ୍ୟ ଦଳରୁ ଆସି ବିଜେପି ଦଳରେରେ ସାମିଲ ହୋଇଛନ୍ତି। ଦଳୀୟ ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବ ସରରେ କାଦରାୟାଁ ପଞ୍ଚାୟତ ସଭାପତି ବବଲୁ ମିଆଁଙ୍କ ସଭାପତି ତ୍ବରେ ଏକ ମିଶ୍ରଣସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପାଉଁଶକୁଲି ମଣ୍ଡଳ ସଭାପତି ରଜତ ରଞ୍ଜନ ଦାସ, ସେକ ସହିରୁଦ୍ଦିନ (ବାବୁ) ସେକ ନଇମୁଦ୍ଦି, ସେକ ଇସଲାମ, ସେକ ମଙ୍ଗଳିଆ ପ୍ରମୁଖ ଯୋଗ ଦେଇ ଦଳର ବିକାଶମୂଳକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର କର୍ମୀମାନେ ବିଜେପି ଉପରେ ଭରସା କରୁଛନ୍ତି ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ। ନୂଆ ସଦସ୍ୟମାନେ ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି। ସେକ ମଇବୁବ ଖାନ, ଇମ୍ରାନ ଖାନ, ରିଜୱାନ ଖାନ, ସେକ ରେହମାନ, ସେକ ଉମର, ସେକ କମର ସହ ବହୁ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।ଶେଷରେ ସେକ ମଇଜୁଦ୍ଦି ଧନ୍ୟଵାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l