Hot Posts

6/recent/ticker-posts

NEET ପରୀକ୍ଷା ପାଇଁ କଳାହାଣ୍ଡି ପ୍ରଶାସନର କଡ଼ା ପ୍ରସ୍ତୁତି, ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ, ୨୧ ରେ ପୁଣି ପରୀକ୍ଷା

କଳାହାଣ୍ଡି, ୧୭/୦୬ ( ରିତେଶ କୁମାର ମୁଣ୍ଡ ) : ଏହି ପରିପ୍ରେକ୍ଷୀ ରେ କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣାରେ ତିନିଗୋଟି ପରୀକ୍ଷା କେନ୍ଦ୍ର ଯଥା ସରକାରୀ ଇଞ୍ଜିନିରିଙ୍ଗ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ ଓ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ l ଏଥିପାଇଁ ତା-17. 6.2026 ରିଖ ରେ ଜିଲ୍ଲାପାଳ କଳାହାଣ୍ଡିଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପରୀକ୍ଷା ରେ ଯେପରି କୌଣସି ତ୍ରୁଟି କିମ୍ବା ବିଚ୍ୟୁତି ନ ଘଟେ ଏବଂ ପରୀକ୍ଷା ଯେ ପରି ଶୃଙ୍ଖଳିତ ଭାବେ ସମ୍ପୂର୍ଣ ହୁଏ, ସେଥିପାଇଁ ପରୀକ୍ଷା ପାଇଁ ନିର୍ଦ୍ଧାରିତ ପ୍ରତ୍ୟେକ ମାନଦଣ୍ଡ କୁ କଡ଼ାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ (ଭାପ୍ରସେ) ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଏହି ତିନୋଟି କେନ୍ଦ୍ର ରେ କଳାହାଣ୍ଡି ଜିଲ୍ଲା ରେ କୋଣଅନୁକୋଣ ରୁ ପ୍ରାୟ 1290 ଛାତ୍ର ଛାତ୍ରୀ ପରୀକ୍ଷା ଦେବେ l ଛାତ୍ର ଛାତ୍ରୀଙ୍କ ସୁବିଧା ପାଇଁ ନିର୍ଦ୍ଧାରିତ ତାରିଖ ରେ ଓଏସ ଆର ଟି ସି ବସ୍ ରେ ମାଗଣା ଯାତ୍ରା କରିବାର ସୁବିଧା ଦିଆ ଯିବ l ବସ୍ କଣ୍ଡକଟର ଙ୍କୁ ପରୀକ୍ଷା ଆଡମିଟ କାର୍ଡ ଦେଖାଇ ସମ୍ପୃକ୍ତ ଛାତ୍ର ଛାତ୍ରୀ ଏହି ସୁବିଧା ପାଇ ପାରିବେ l ତା'ସହିତ ଭବାନୀପାଟଣା ବସ୍ ଷ୍ଟାଣ୍ଡ ରୁ ପରୀକ୍ଷା କେନ୍ଦ୍ର କୁ ଯିବା ପାଇଁ ସ୍ୱତନ୍ତ୍ର ଭାବେ 15 ଗୋଟି ଅଟୋ ରିକ୍ସା ବ୍ୟବସ୍ଥା କରାଯିବ l ଉକ୍ତ ସମସ୍ତ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ପାଇଁ ଆରଟିଓ ଅଧିକାରୀ ଭବାନୀପାଟଣା ଏବଂ OSRTC ମ୍ୟାନେଜର ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଏହି ବୈଠକ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଦୁଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଭବାନୀପାଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଆର ଟି ଓ କଳାହାଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଡିଆଇପିଆରଓ, ଅଗ୍ନିଶମ ଅଧିକାରୀ, ଜିଲ୍ଲା ଓଏସ ଆରଟିସି ମ୍ୟାନେଜର, ଡେପୁଟି କଳଲେକଟର ଅଭିଷେକ ବଗର୍ତି ଓ ତିନୋଟି ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l