Hot Posts

6/recent/ticker-posts

ପୁରୁଷ ବନ୍ଧୁ ଙ୍କୁ ଦେଖା କରିବା ପାଇଁ ଟ୍ରେନ୍ ରେ ଯାଉଥିବା ବେଳେ ଦୁଇ ନାବାଳିକା ଙ୍କୁ ଧରିଲା କଟକ ଆର୍ ପି ଏଫ୍ ଥାନା ପୋଲିସ।

କଟକ, ୧୭/୦୬ ( କାହୁଁ ଚରଣ ବାରିକ ) : ଟ୍ରେନ ନମ୍ବର୍ ୧୫୯୩୦ ରେ ଦୁଇଜଣ ନାବାଳିକା ଯାତ୍ରା କରୁଥିବା ବେଳେ କଟକ ରେ ଆର୍ ପି ଏଫ୍ କର୍ମଚାରୀ ଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ଆର୍ ପି ଏଫ୍ କର୍ମଚାରୀ ମାନେ ଦୁଇ ନାବାଳିକା ଙ୍କୁ ଆଣି ଯେତେବେଳେ ପଚରା ଉଚରା କରିଥିଲା ସେତେବେଳେ ଜାଣିବାକୁ ମିଳିଥିଲା କି ଦୁହେଁ ନାବାଳିକା ଆସାମ ରାଜ୍ୟ ବରପେଟା ଜିଲ୍ଲାର ଗୋଟିଏ ଗ୍ରାମ ର । ଦୁହେଁ ବାଙ୍ଗାଲୋର ନିଜର ବୟ ଫ୍ରେଣ୍ଡ କୁ ଭେଟିବା ପାଇଁ ଯାଉଥିଲେ। ଫୋନ୍ ଯୋଗେ ଯୋଗାଯୋଗ ହୋଇ ସମ୍ପର୍କ ବଢ଼ିଥିବା ବେଳେ ଏମାନେ ଘର ଲୋକଙ୍କୁ ନ ଜଣାଇ ବାଙ୍ଗାଲୋର ଅଭିମୁଖେ ବାହାରି ଯାଇଥିଲେ।