Hot Posts

6/recent/ticker-posts

କଳା ବ୍ୟାଗରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ରାୟଗଡ଼ା, ୧୭/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଖାଲିଗୁଡ଼ା ଗାଁ ନିକଟସ୍ଥ ହୁଣ୍ଡାଇ ଶୋ’ରୁମ ପାଖ ରାସ୍ତା କଡ଼ରେ ପଡ଼ିଥିବା ଏକ କଳା ରଙ୍ଗର ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କୌଣସି ଅଜଣା ବ୍ୟକ୍ତି ମହିଳାଙ୍କ ହାତ ବାନ୍ଧି ବ୍ୟାଗ ମଧ୍ୟରେ ରଖି ଘଟଣାସ୍ଥଳରେ ଫିଙ୍ଗି ଦେଇଥାଇପାରେ। ଘଟଣା ସମ୍ପର୍କରେ ଚାନ୍ଦିଲି ଥାନାରେ କେସ ନମ୍ବର ୧୯୮/୨୦୨୬ ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହର ମୁହଁ ପଚିଯାଇଥିବାରୁ ତୁରନ୍ତ ପରିଚୟ ମିଳିପାରିନାହିଁ। ମହିଳାଙ୍କ ଉଚ୍ଚତା ପ୍ରାୟ ୫ ଫୁଟରୁ ୫ ଫୁଟ ୪ ଇଞ୍ଚ ମଧ୍ୟରେ ହୋଇଥିବା ବେଳେ ଗାତ୍ରବର୍ଣ୍ଣ ଗୋରାରୁ ଗହମିଆ ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ଜଣାଇବା ଏବଂ ତାଙ୍କ ପରିବାର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ପାଇଁ ପୋଲିସ ସମସ୍ତ ଗଣମାଧ୍ୟମକୁ ଏହି ଖବର ପ୍ରଚାର କରିବାକୁ ଅନୁରୋଧ କରିଛି।