ଗେଲ୍ ପାଇପଲାଇନ କାମ ବେଳେ ଭାଙ୍ଗିଲା ମୁଖ୍ୟ ପାଣି ପାଇପ
କଟକ, ୧୬/୦୬ ( କାହୁଁ ଚରଣ ବାରିକ ) : କଟକ କାଠଗୋଲାସାହି ନିକଟରେ ଗେଲ୍ ଇଣ୍ଡିଆ ଗ୍ୟାସ ପାଇପଲାଇନ ବିଛାଇବା କାମ କରୁଥିବା ବେଳେ ଭାଙ୍ଗି ଦେଲେ ମୁଖ୍ୟ ପିଇବା ପାଣି ପାଇପ। ଫଳରେ ପିଇବା ପାଣି ନଷ୍ଟ ହେଵା ସହ ପାଣି ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହା ସହ ମହାନଦୀ ରିଙ୍ଗ ରୋଡ କ୍ଷତିଗ୍ରସ୍ତ ହେବା ସହ ରିଙ୍ଗ ରୋଡରେ ବିପଦସଙ୍କୁଳ ଅବସ୍ଥାରେ ଗାଡି ଚଳାଚଳ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୧୦ଘଣ୍ଟା ଏଭଳି ଘଟଣା ଘଟିଲାଣି କିନ୍ତୁ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି।