Hot Posts

6/recent/ticker-posts

ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ, ନୂଆପଡ଼ାରେ ଚାଷୀଙ୍କ ବଢ଼ିଲା ଚିନ୍ତା

ନୂଆପଡ଼ା, ୧୬/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ରେ ଚଳିତ ରବିଧାନ କ୍ରୟରେ ମଣ୍ଡି ପରିଚାଳନାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ବିଶେଷକରି ଖଡ଼ିଆଳ ବ୍ଲକ୍‌ର ଭୋଜପୁର, ଶାନମହେଶ୍ବର, ବରଗାଁ, ଖୁଦପେଜ ଓ ବିଜେପୁର ମଣ୍ଡିରେ ହଜାର ହଜାର ବସ୍ତା ଧାନ ଦୀର୍ଘଦିନ ଧରି ପଡ଼ିରହିଛି। ଉଠାଣ ପ୍ରକ୍ରିୟାରେ ବିଳମ୍ବ ଚାଷୀମାନଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି। ଠିକ୍ ସମୟରେ ମିଲରଙ୍କ ଦ୍ବାରା ଉଠାଣ ହେଉ ନ ଥିବାରୁ ମଣ୍ଡି ପରିସରରେ ଧାନ ଗଦାହୋଇ ରହିଛି I ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ନିଜ ଧାନର ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକ ଦିନ ହେଲା ଧାନମଣ୍ଡିରେ ପଡ଼ିରହିଥିଲେ ମଧ୍ୟ ଉଠାଣ ପାଇଁ କୌଣସି ଠୋସ ପଦକ୍ଷେପନିଆଯାଉ ନାହିଁ I ଅନେକ ସ୍ଥାନରେ ବର୍ଷାରେ ଧାନ ଗଜା ହେଉଥିବାବେ ଆଗାମୀ ଦିନରେ ବର୍ଷା ହେଲେ ହେଲେ ଧାନ ନ ନଷ୍ଟହେବା ଆଶଙ୍କା ଦେଖାଦେଇଛି। ଚାଷୀମାନେ ଦିନରାତି ମଣ୍ଡିରେ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ମଣ୍ଡିରୁ ଧାନ ଉଠାଣ ହେଉ ନ ଥିବାବେଳେ ମଣ୍ଡିରେପର୍ଯ୍ୟାପ୍ତ ଗୋଦାମ, ପରିବହନ ବ୍ୟବସ୍ଥା ଓ ମିଲରଙ୍କ ସମନ୍ୱୟ ଅଭାବ ଅଭାବ ଯୋଗୁ ଏହି ସମସ୍ୟା ଦେଖାଦେଇଥିବା କୁହାଯାଉଛି। ଚାଷୀ ଓ ଚାଷୀ ସଙ୍ଗଠନ ଜିଲ୍ଲା ଜିନ ପ୍ରଶାସନ, ଯୋଗାଣ ବିଭାଗ ଓ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଯଦି ଶୀଘ୍ର ଧାନ ଉଠାଣବ୍ୟବସ୍ଥା କରା ନ ଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବା ସମ୍ଭାବନା ରହିଛି | ଏ ବାବଦରେ ଭୋଜପୁର ପାକ୍ସ ସମ୍ପାଦକ ଥବିର ତାଣ୍ଡିଙ୍କୁ ପଚାରିବାରୁ ସମସ୍ୟାକୁ ସ୍ବୀକାର କରିବା ସହ ପ୍ରଶାସନ ସହ ଯୋଗାଯୋଗରେ ଅଛୁ। ଯଥାଶୀଘ୍ର ସମସ୍ତ ଧାନ ଉଠାଣ କରାଯିବ ବୋଲି କହିଛନ୍ତି।



ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ