ପୁଣି ଚର୍ଚ୍ଚା ରେ ଚୌଦ୍ଵାର ଜେଲ୍ ସୁରକ୍ଷା ଏବଂ ଜେଲ୍ ଜେଲ୍ ଅଧିକ୍ଷକ ଙ୍କ ଭୂମିକା।
କଟକ, ୧୬/୦୬ ( କାହୁଁ ଚରଣ ବାରିକ ) : ପୁଣି ଚର୍ଚ୍ଚା ରେ ଚୌଦ୍ଵାର ଜେଲ୍ ସୁରକ୍ଷା ଏବଂ ଜେଲ୍ ଜେଲ୍ ଅଧିକ୍ଷକ ଙ୍କ ଭୂମିକା। ନିକଟରେ ଜେଲରୁ ଧଳା ସାମନ୍ତ ଗ୍ୟାଙ୍ଗ ର ଅନ୍ୟ ତମ ସହଯୋଗୀ ଲିଟୁଆ ବେହେରା ଜେଲ୍ ରୁ ଖଲାସ ହେବା ପରେ ତାକୁ ଆଣିବା ପାଇଁ ଏକ ଗାଡ଼ି ଅନାୟଶ ରେ ଜେଲ୍ ଗେଟ୍ ଭିତରେ ପଶିଥିଲା। ନା କୌଣସି ଯାଞ୍ଚ ହେଲା, ନା କିଛି କଡା ଚେକିଂ ର ସମ୍ମୁଖୀନ ହେଲା। ନିୟମ କହୁଚି ଜେଲ୍ ଗେଟ୍ ଭିତରେ ବା କ୍ୟାମ୍ପସ ଭିତରେ ଜେ କୌଣସି ବାହାର ଗାଡ଼ି ପ୍ରବେଶ କରିବା କଥା ନୁହେଁ କିନ୍ତୁ କେମିତି ପ୍ରବେଶ କଲା ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।