ଶାଶୁ କୁ ହାଣିଲା ବୋହୂ
ବାଲେଶ୍ୱର, ୨୮/୦୬ ( ପ୍ରଭାକର ମଲ୍ଲିକ ) : ପାରିବାରିକ କଳହରୁ କରୁଣ ପରିଣତି ପନିଖିରେ ଶାଶୁକୁ ହାଣିଲା ବୋହୂ ଗୁରୁତର ଅବସ୍ଥାରେ ଶାଶୁ କଟକ ବଡ଼ ମେଡିକାଲରେ ଭର୍ତି ହୋଇ ଚିକିତ୍ସା ହେଉଥୁଲା ବେଳେ ବହୁ ଶିବାନୀକୁ ବାନ୍ଧିଚି ଭୋଗରାଇ ପୋଲିସ। ଅର୍ଥ ଲୋଭରେ ଶାଶୁକୁ ବହୁ ହାଣି ଥିବା ଜଣା ପଡିଛି। ସେପଟେ ପୋଲିସ ବୋହୂ କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଥରଘାଟା ଗାଁରେ l ଅର୍ଥକୁ କେନ୍ଦ୍ର କରି ଏଭଳି ଅଭାବନୀୟ ଘଟଣା ଦେଖା ଦେଇଥିବା କୁହା ଯାଉଛି। ଅଭିଯୋଗ ଅନୁଯାୟୀ ବହୁ ଶିବାନୀଙ୍କୁ ନେଇ ପରିବାର ଭିତରେ ଅନେକ ଥର ଝଗଡା ହୋଇଛି। ଯାହାକୁ ନେଇ ଗତକାଲି ଶାଶୁ ଘରେ ଏକୁଟିଆ ଥିବାବେଳେ କୌଣସି ଏକ କଥାକୁ ନେଇ ଉଭୟଙ୍କ ଭିତରେ ବଚସା ପରେ ବହୁ ଉତକ୍ଷିପ୍ତ ହୋଇ ତାଙ୍କ ଶାଶୁଙ୍କୁ ଏକ ପନିଖିରେ ଆକ୍ରମଣ କରିଥିବା ଜଣା ପଡିଛି । ଏହି ଆକ୍ରମଣରେ ଶାଶୁ ଗୁରୁତର ହୋଇ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି। ସେଠାରେ ସେ ଚିକିତ୍ସାଧୀନ ଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ଭୋଗରାଇ ପୋଲିସ ବୋହୂ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଅର୍ଥ ସମ୍ପର୍କିତ ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ଜଣାପଡ଼ିଛି। ତେବେ ଏହି ବିବାଦ କେତେଦିନ ଧରି ଚାଲିଥିଲା ଏବଂ କେଉଁ ପରିସ୍ଥିତିରେ ଘଟଣା ଏତେ ଭୟଙ୍କର ରୂପ ନେଲା, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହି ଘଟଣା ପରେ ପଥରଘାଟା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିନକୁ ଦିନ ପାରିବାରିକ କଳହ ହିଂସାର ରୂପ ନେଉଥିବା ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରି ଘଟଣା ପରିବାର ମଧ୍ୟରେ ବିବାଦର ସମାଧାନ ଆଲୋଚନା ଓ ବୁଝାମଣାରେ କରିବାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ସେପଟେ, ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ, ତଦନ୍ତ ଶେଷ ପରେ ପ୍ରକୃତ ଘଟଣା ଏବଂ ଆକ୍ରମଣର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି କହିଛି। ସେପର୍ଯ୍ୟନ୍ତ ଅଭିଯୋଗକୁ ଆଧାର କରି ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l