Hot Posts

6/recent/ticker-posts

ଲଇକେରା ରେ ଚାଷୀଙ୍କ ସହିତ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ

ଲଇକେରା, ୨୮/୦୬ ( ନବଦୂତ ) : ତତ୍କାଳୀନ ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଳୀ ଦାସ ଓ ବରିଷ୍ଠ ନେତା ସଞ୍ଜିବ ମହାନ୍ତି ଝାରସୁଗୁଡା ଜିଲ୍ଲାର ଲଇକେରା ଗସ୍ତ କରି ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀମାନେ ସାର ଅଭାବ, ବର୍ଦ୍ଧିତ ଦର ଏବଂ ନୂତନ ପଞ୍ଜିକରଣ ବ୍ୟବସ୍ଥାରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନେତାମାନଙ୍କୁ ଅବଗତ କରିଥିଲେ । ଚାଷୀଙ୍କ ସହ ଆଲୋଚନା ପରେ ବିଜେଡି ନେତାମାନେ ଶୀଘ୍ର ଏହାର ସମାଧାନ କରି ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ପାଇଁ ସରକାର ହସ୍ତକ୍ଷେପ କରିବା ଆବଶ୍ଯକ ବୋଲି କହିଥିଲେ । ଯଦି ଚାଷୀଙ୍କ ସମସ୍ୟା ଶୀଘ୍ର ସମାଧାନ ନ ହୁଏ ତେବେ ଦଳ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଘେରାଉ କରାଯିବ ଵୋଲି ଏହି ନେତାମାନେ ଚାଷୀ ମାନଙ୍କୁ ସୂଚନା ଦେଇଥିଲେ । ଦରକାର ପଡିଲେ ଚାଷୀମାନଙ୍କ ପାଇଁ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଚତାବନୀ ଦେଇଛନ୍ତି । ସର୍ବପ୍ରଥମେ ବିଜେଡି ନେତାମାନେ ଲଇକେରା ସ୍ଥିତ ମାଁ ସମଲେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରି ମାଁଙ୍କ ଦର୍ଶନ କରି କୃପାଲାଭ କରିଥିଲେ । ବିଜେଡି ନେତାମାନଙ୍କ ସହିତ ଜିଲ୍ଲା ସଭାପତି ହରିଶ ଗଣତ୍ରା, କୃଷକ ସଂଘ ସଭାପତି ହେମନ୍ତ ସାଗର କୁମୁରା, ଚାଷୀ ଭୂପାଳ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାଏକ,ଗ୍ରାମ ମୂଖିଆ ଟଙ୍କଧର ନାଏକ,ଅର୍ଜୁନ ମେହେର, ସୁଦର୍ଶନ ପଟେଲ, ମନୋଜ ବେହେରା, ସତ୍ୟପ୍ରକାଶ ନାଏକ, କଲିମ ଖାନ, ପଦ୍ମ କୁମାର ନାଏକ,nଅଶୋକ କିସାନ ଙ୍କ ସହିତ ବହୂ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ ‌।