Hot Posts

6/recent/ticker-posts

ଜୟପୁର ର ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁୂର ମହାରାଜା ଶ୍ରୀ ଶ୍ରୀ ବିକ୍ରମ ଦେବବର୍ମା ଙ୍କ ୧୫୮ ତମ ଜୟନ୍ତୀ ପାଳିତ।

ଜୟପୁର, ୨୮/୦୬ ( ଏ. ଭେଙ୍କଟ ରାଓ ) : ଶ୍ରୀ ବିକ୍ରମ କଳା ଏବଂ ଚାରୁକଳା ବିଦ୍ୟାଳୟଠାରେ ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା। ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମା ଙ୍କ ଜୟନ୍ତୀ ରେ ସ୍ଥାନୀୟ ଶ୍ରୀ ବିକ୍ରମ ଦେବ ଚାରୁକଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ଛିଣ୍ଡାନଈ ସାହିତ୍ୟ ସଂସଦ ଓ କାରୁ ଓ ଚାରୁକଳା ମହାବିଦ୍ୟାଳୟ ତରଫରୁ ସାହିତ୍ୟ ସମ୍ରାଟଙ୍କ ସ୍ମୁତି ଚାରଣ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଚାରୁକଳା ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ କଳା ଓ ଚାରୁକଳା ମହାବିଦ୍ୟାଳୟ, ଯାହାକି ସାହିତ୍ୟ ସମ୍ରାଟଙ୍କ ଉଦ୍ୟମରେ ଜୟପୁରଠାରେ ୧୯୪୬ରେ ପ୍ରତିଷ୍ଠା ହୋଇ ଥିଲା। ଏଥିରେ ଛିଣ୍ଡାନଈ ତରଫରୁ ଉପସଭାପତି ତଥା ସୁ ସାହିତ୍ୟକ ଡ. ସୁଧାଂଶୁ ଶେଖର ପଟ୍ଟନାୟକ, ପ୍ରକାଶ ମହାନନ୍ଦିଆ, ପ୍ରହଲ୍ଲାଦ ପରିଡ଼ା, ଆଲୋକ ମହାରଣା, ସୁକାନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ଅଭିନାଶ ସାନ୍ତ୍ରାପାତ୍ର ସମେତ କଳା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ବିକ୍ରମ ଦେବଙ୍କ ସାହିତ୍ୟ କୃତି ଓ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଉପରେ ସ୍ମୁତି ଚାରଣ କରିଥିଲେ। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଟିର ମଲ୍ଲିକ ଯୋଗ ଦେଇ ବିକ୍ରମ ଦେବଙ୍କ ଦ୍ଵାରା ସ୍ଥାପିତ ଏହି ଅନୁଷ୍ଠାନର ଗରିମା ଉପରେ ଆଲୋକପାତ କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରମାନେ ଯୋଗ ଦେଇଥିଲେ। ଜୟପୁର ପୂଜ୍ୟପୂଜା ସଂସଦ ଜୟପୁର ତରଫରୁ ମହାରାଜା ବିକ୍ରମ ଦେବବର୍ମା ଙ୍କ ୧୫୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ବିକ୍ରମ ଦେବ ମହାବିଦ୍ୟାଳୟ ରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ସଂସଦ ର ସଭାପତି ଉଦୟ ଶଙ୍କର ଜାନୀ, ଉପଦେଷ୍ଟା ଇଞ୍ଜିନିୟର କେଦାର ନାଥ ବେହେରା ମହାରାଜାଙ୍କ ପ୍ରତିମୂର୍ତ୍ତି ଧୂପ ପୁଷ୍ପମାଲ୍ୟର୍ପଣ କରିଥିଲେ। ଉକ୍ତି କାର୍ଯ୍ୟକ୍ରମ ରେ ସଂସଦର ଉପସଭାପତି ତପନ କିରଣ ତ୍ରିପାଠୀ, କବି ପ୍ରମୋଦ କୁମାର ରାଉଳ,ବରିଷ୍ଠ ଆଇନଜୀବି ମଦନ ମୋହନ ନାୟକ, ସାମ୍ବାଦିକ ବିନୋଦ କୁମାର ମହାପାତ୍ର ଉପସ୍ଥିତ ଥିଲେ ଓ ମହାରାଜା ବିକ୍ରମ ଦେବ ବର୍ମା ଙ୍କ ବହୁମୁଖି ପ୍ରତିଭା ସହ ତାଙ୍କ ବିଷୟରେ ଆଲୋଚନା କରିଥିଲେ। ସଂସଦର ସମ୍ପାଦକ ବୈରାଗୀ ଚରଣ ସାହୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ତରଫରୁ ଏକ ସଭା ଆୟୋଜିତ ହୋଇ ଥିଲା। କୁଳପତି ପ୍ରଫେସର ହୃଷୀକେଶ ସେନାପତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ନାଲକୋ ମହାପ୍ରବନ୍ଧକ ଶ୍ରୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ସଭାରେ କୁଳସଚିବ ମହେଶ୍ୱର ନାଏକ, ପ୍ରଶାନ୍ତ କୁମାର ପାତ୍ର ଏବଂ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀକାନ୍ତ ପାଢ଼ୀ ଯୋଗ ଦେଇ ସାହିତ୍ୟ ସମ୍ରାଟଙ୍କ ଅବଦାନ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଥିଲା ବୋଲି ମତ ବ୍ୟକ୍ତ କରିଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଜୟପୁର ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ସଭାରେ କୁଳପତି ପ୍ରଫେସର ହୃଷୀକେଶ ସେନାପତି ଉଦ୍ଘାଟନ କରିଥିଲେ। ପରିଷଦର ସଭାପତି ଶ୍ରୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଏକାଡେମୀ ସହ ସଚିବ ସଞ୍ଜୟ ଛୁଆଲସିଂହ ଯୋଗ ଦେଇ ବିକ୍ରମ ଦେବ ଙ୍କୁ ଜଣେ ଓଡ଼ିଆ ସାହିତ୍ୟର ପ୍ରକୃତ ସମ୍ରାଟ ରୂପେ ମତବ୍ୟକ୍ତ କରିଥିଲେ। ଏଥିରେ କୁଳସଚିବ ମହେଶ୍ୱର ନାଏକ, ସମ୍ପାଦକ ଲକ୍ଷ୍ମୀକାନ୍ତ ପାଢ଼ୀ ଯୋଗ ଦେଇ ଥିଲେ। ଦ୍ୱିତୀୟ ଅଧିବେଶରେ ନଳିନୀ ରଂଜନ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଗବେଷକ ଡ ପରେସ ରଥ ଯୋଗ ଦେଇ ବିକ୍ରମ ଦେବଙ୍କ ସାମଗ୍ରିକ ଅବଦାନ ଉପରେ ଆଲୋକପାତ କରିଥିଲେ। ଶେଷ ଅଧିବେସନରେ ଏକ କବିତା ଆସର ଅନୁଷ୍ଠିତ ହୋଇ ଥିଲା। ସଭାରେ ରେ ବହୁ ସଂଖ୍ୟାରେ ସାହିତ୍ୟିକଙ୍କ ସହ ନିରଞ୍ଜନ ପାଣିଗ୍ରାହୀ, ନବକୃଷ୍ଣ ରଥ, ତେଜେଶ୍ୱର୍ ପଣ୍ଡା, ଡ ଯୁଗଳ ମିଶ୍ର, ଡ ନିରଞ୍ଜନ ମିଶ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ଅଶୋକ ମହାରଣା, ପ୍ରମୋଦ ରାଉଳ, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମହାରାଜଙ୍କ ସ୍ମୁତି ଚାରଣ କରିଥିଲେ।