Hot Posts

6/recent/ticker-posts

ପ୍ରେମରେ ବିଫଳ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡି ମରିବାକୁ ଇଦ୍ୟମ।

ଭଦ୍ରକ, ୩୦/୦୬ ( ନବଦୂତ ) : ସୂଚନା ଅନୁଯାଇ-ଧାମନଗର ବ୍ଲକ ଅଧିନସ୍ତ ଧୂସୁରୀ ଥାନା ଅନ୍ତର୍ଗତ, ଫତେପୁର ପଞ୍ଚାୟତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀର ପ୍ରେମରେ ବିଫଳ ତଥା ଅଧିକ କ୍ରୋଧାନୀତ ହୋଇ ଧର୍ମା ଗଡ଼ପୁର ଅଂତଲ ର ଯୁବକ ଦିଲୀପଜେନା ଛାତ୍ରୀ କୁ ପେଟ୍ରୋଲ ଢାଳି ପୋଡିମାରି ଦେବାକୁ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ଯୁବକ କୁ ଧରି ପୋଲିସର ଜିମାଦେଲେ। ପିଡ଼ିତା ଛାତ୍ରୀଙ୍କ ର ପରିବାର ଅଜିଯୋଗ ଅନୁଯାଇ ଧୂସୁରୀ ଥାନା ଅଧିନସ୍ତ, ଧର୍ମାଗଡ଼ପୁର ଗ୍ରାମର ବାସୀନ୍ଧା ଦିଲୀପଜେନା ବୟସ-୩୨,ଆଜକୁ ଦୀର୍ଘ ଦିନ ହେବ ଇକ୍ତ ଛାତ୍ରୀକୁ ଏକ ତରଫାପ୍ରେମ କରିଆସୁଥିଲା, ଓ ବହୁବାର ପ୍ରେମ ଓ ବିବାହ ପାଇ ନିବେଦନ ମଧ୍ୟ କରିଥିଲେ, ମାତ୍ର ଛାତ୍ରୀ ଜଣକ ଦିଲୀପ ଜେନା ର ପ୍ରେମ ନିବେଦନ କୁ ପ୍ରତ୍ୟାଖାନ କରିବାପରେ ଶେଷରେ ଦିଲୀପଜେନା ପ୍ରେମରେ ବିଫଳହୋଇ ଚରମ ପଦକ୍ଷେପ ନେବା ସହ ଉତ୍ୟକ୍ତ ହୋଇ ଆଜି ସେ ଛାତ୍ରୀ ଜଣକ ଯେତେ ବେଳେ ସ୍କୁଲକୁ ଆସିଥିଲେ ସେ ଏକୁଟିଆ ଦେଖି ଛାତ୍ରୀଜଣକ ଉପରକୁ ପେଟ୍ରୋଲଢାଳି ପୋଡି ଜୀବନରୁ ମାରିଦେବାକୁ ଅନର୍ଥକାଣ୍ଡ ଭିଆଇଥିଲେ।ପିଡିତା ଙ୍କ ପରିବାର ପକ୍ଷରୁ ଲିଖିତ ଏତାଲା ପାଇବାପରେ ଧୂସୁରି ପୋଲିସ ପ୍ରେମରେ ବିଫଳଥିବା ଦିଲୀପ ଯେନାଙ୍କୁ ଗିରଫକରିବା ସହ ଧୂସୁରୀ ଥାନା ରେ ଏକ ମାମଲା ରଜୁକରି ତା ଠାରୁ ଘଟଣାର ଅଧିକ ସମସ୍ତ ବିବରଣୀ ପାଇଁ ଥାନାରେ ଅଟକ ରଖିଥିବା ବେଳେ,ଉକ୍ତ ଆସାମୀ ଦିଲୀପ ଜେନା ଏହା ଆଗରୁ ୨ଥର ବିବାହ କରିଛି ବୋଲିସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।