Hot Posts

6/recent/ticker-posts

ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଜନ୍ମ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

କଳାହାଣ୍ଡି, ୩୦/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ( ଯୋଜନା ବିଭାଗ ) ସମ୍ମିଳନୀ ସଭାଗୃହରେ ଜିଲ୍ଲା ସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଡି.ପି.ଏମ.ୟୁ, କଳାହାଣ୍ଡି ଶ୍ରୀ ଶ୍ରୀକାନ୍ତ ଦଳେଇଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବୈତୁର ଦୀପ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ଼. ଚିତ୍ରସେନ ଭୁଏ ଯୋଗଦେଇ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଭାରତୀୟ ପରିସଂଖ୍ୟାନ କୁ ସୁଦୃଢ କରିବାରେ ବିଶେଷ ଅବଦାନ ଏବଂ ଚଳିତ ବର୍ଷର ବିଷୟବସ୍ତୁ ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି, ସରକାରୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉତ୍ତମ ଜନସେବା ପ୍ରଦାନରେ ପ୍ରଶାସନିକ ତଥ୍ୟ ର ଭୁମିକା ବାବଦରେ ଅବଗତ କରାଇଥିଲେ । ସେହିପରି ଅନ୍ୟତମ ବକ୍ତା ରୂପେ ଭବାନୀପାଟଣା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ଜେନା, ଏନର୍ଜି ଷ୍ଟାଟିଷ୍ଟିକ୍ସ, ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଚିଣା, ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs)ର ପ୍ରଗତି ଆକଳନ ଓ ନିରୀକ୍ଷଣରେ ପ୍ରଶାସନିକ ତଥ୍ୟର ଗୁରୁତ୍ୱ, ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ସୀମାଞ୍ଚଳ ମିଶ୍ର, ଜଳବାୟୁ ପରିବର୍ତ୍ତନ ଷ୍ଟାଟିଷ୍ଟିକ୍ସ ବାବଦରେ ଅଂଶଗ୍ରହଣକାରିଙ୍କୁ ଅବଗତ କରାଇଥିଲେ । ଗତ ୨୫.୦୬.୨୦୨୬ ରେ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ( ପରିସଂଖ୍ୟାନ ବିଭାଗ ) ଦ୍ୱାରା ଅନୁଷ୍ଠିତ ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେହିପରି ଡି.ପି.ଏମ୍.ୟୁ ର ଶ୍ରେଷ୍ଠ ୩ଜଣ କାର୍ଯ୍ୟଦକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ ଏବଂ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ , ଡି.ପି.ଏମ.ୟୁ ର ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ) ଏଵଂ ସହକାରୀ ନିର୍ଦ୍ଦେଶକ (ଯୋଜନା) , ପରିସଂଖ୍ୟାନ ଅଧିକାରୀ, ଅତିରିକ୍ତ ପରିସଂଖ୍ୟାନ ଅଧିକାରୀ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ, ବିଶେଷଜ୍ଞ ଏବଂ ପରିସଂଖ୍ୟାନ ଵିଭାଗ ର କ୍ଷେତ୍ର କର୍ମଚାରୀମାନେ ଯୋଗଦେଇଥିଲେ। ଶେଷରେ ଶ୍ରୀ ଶ୍ରୀକାନ୍ତ ଦଳେଇ, ଉପନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ), ଡି.ପି.ଏମ.ୟୁ, କଳାହାଣ୍ଡି ଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା।