ଗଡିଆଜୋରରେ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର
ଧର୍ମଗଡ, ୨୮/୦୬ ( ରିତେଶ କୁମାର ମୁଣ୍ଡ ) : ଗଡିଆଜୋର ବିଜୁ ଏକ୍ସପ୍ରେସ ୱେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଖଟଲୁଗୁଡା ଗ୍ରାମରେ ଯୁଗରଥ ଠାକୁର ନିଜ ଏକସେଲ୍ ସୁପରରେ ଘୁମର ଛକ ନିକଟରେ ବିଜୁ ଏକ୍ସପ୍ରେସ ୱେ ପାର ହେଉଥିବା ବେଳେ ବେହେର ପଟରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।ଉପସ୍ଥିତ ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ନ ଆସିବାରୁ ଅନ୍ୟ ଏକ ଗାଡିରେ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଛି। ଧକ୍କା ଦେଇଥିବା ଗାଡ଼ିର ସୂଚନା ମିଲି ପାରିନାହିଁ।