ବାଲେଶ୍ୱର, ୨୮/୦୬ ( ପ୍ରଭାକର ମଲ୍ଲିକ ) : ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ବେଣାପୁରା ନିକଟ ସୁବର୍ଣ୍ଣରେଖା ନଦୀରୁ ଆଜି ସନ୍ଧ୍ୟା ସମୟରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାରହୋଇଛି। ଘଟଣାରୁ ପ୍ରକାଶ ଏହି କି ଯେ, ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ସେକସରି ଗ୍ରାମର ରମେଶ ମାନ୍ନାଙ୍କ ଅଷ୍ଟମ ଶ୍ରେଣୀର ପୁଅ ଚନ୍ଦନ ମାନ୍ନା(୧୪)ବର୍ଷ ଗତ ଶନିବାର ଅପରାହ୍ନରୁ କୌଣସି କାମରେ ଘରୁ ବାହାରି ଆସିଥିଲେ। ହେଲେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ଥିଲେ କିନ୍ତୁ ଚନ୍ଦନର କୌଣସି ଖୋଜ ଖବର ପାଇନଥିଲେ, ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏକ ଗଳିତ ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚି଼ହ୍ନଟ ପରେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଯାଇଛି। ଉକ୍ତ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
