କଟକ ଚାଉଳିଆଗଞ୍ଜ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପଲ୍ସ ପୋଲିଓ ଇମ୍ୟୁନାଇଜେସନ ଅଭିଯାନ ଶୁଭାରମ୍ଭ
କଟକ, ୨୮/୦୬ ( କାହୁଁ ଚରଣ ବାରିକ ) : କଟକ ଚାଉଳିଆଗଞ୍ଜ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପଲ୍ସ ପୋଲିଓ ଇମ୍ୟୁନାଇଜେସନ ଅଭିଯାନ ଶୁଭାରମ୍ଭ ହୋଇଛି। ୦-୫ ବର୍ଷର ପିଲାମାନଙ୍କୁ ଏଥିରେ ପୋଲିଓ ଦିଆଯାଇଥିଲା। ସିଏମସି ମେୟର ଶ୍ରୀ ସୁବାସ ସିଂହ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି କମିଶନର କିରନଦୀପ୍ କୋୖର ସହୋତା, ଡେପୁଟି ମେୟର ଦମୟନ୍ତୀ ମାଝୀ, ହେଲ୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ, ସ୍ଥାନୀୟ କର୍ପୋରେଟର, CDM&PHO ଡାକ୍ତର ପୁଷ୍ପିତା ମହାନ୍ତି, ADUPHO ଡାକ୍ତର ସତ୍ୟବ୍ରତ ମହାପାତ୍ର, ADMO (FW) ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।