Hot Posts

6/recent/ticker-posts

ଘଡ଼ଘଡ଼ି ମାଡ଼ରେ କ୍ଷତିଗ୍ରସ୍ତ କଟକ ଚଣ୍ଡୀ ମନ୍ଦିର, ଆତଙ୍କିତ ହେଲେ ଶ୍ରଦ୍ଧାଳୁ

କଟକ, ୦୮/୦୬ ( କାଁହୁ ଚରଣ ବାରିକ ) : କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି । ଫଳରେ ମନ୍ଦିରର ଉପର ଭାଗ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି କ୍ଷଣ ପାଇଁ ଲୋକେ ଆତଙ୍କିତ ହୋଇପଡିଥିଲେ । ତେବେ ଏହି ଘଟଣା ପରେ ମନ୍ଦିରର ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଳବୈଶାଖୀ ପ୍ରଭାବରେ କଟକରେ ୧୧ଟି ସ୍ଥାନ ପ୍ରଭାବିତ ହୋଇଛି । ଗଛ ଉପୁଡିଵା କାରଣରୁ ୧୧ଟି ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଗଛ ହଟାଇବା ପାଇଁ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ସ୍ବାଭାବିକ ପାଇଁ ଟାଟା ପାଓ୍ବାରର ୪୫ଟି ଟିମ୍ ନିୟୋଜିତ ହୋଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି.



କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 

ନବଦୂତNews