Hot Posts

6/recent/ticker-posts

ମା_କଟକ_ଚଣ୍ଡୀ_ମନ୍ଦିରର_କ୍ଷୟକ୍ଷତି_ଅନୁଧ୍ୟାନ

କଟକ, ୦୮/୦୬ ( କାହୁଁ ଚରଣ ବାରିକ ) : ରବିବାର ଦିନ କାଳବୈଶାଖୀର ପ୍ରଭାବରେ ମା କଟକ ଚଣ୍ଡୀଙ୍କ ମନ୍ଦିରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ପରେ ବାରବାଟି-କଟକ ବିଧାୟିକା Sofia Firdous ଏବଂ ପୂର୍ବତନ ବିଧାୟକ Mohammed Moquim ମନ୍ଦିରରେ ପହଞ୍ଚି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତ ଅଂଶର ଶୀଘ୍ର ମରାମତି ଓ ଭକ୍ତମାନଙ୍କ ସୁରକ୍ଷା ନେଇ ଗୁରୁତ୍ୱ ଦେଇଥିଲେ।