ଶହ ଶହ ଜନ ଗହଳି ରେ ଉଦଯାପିତ ଜୟଦୁର୍ଗା ୟଙ୍ଗକ୍ଳବ୍ ର ଫାଇନାଲ କ୍ରିକେଟ ଟୁର୍ଣାମେଣ୍ଟ।
କଳାହାଣ୍ଡି, ୦୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସାଇସୂର୍ଣୀ ଜୟ ଦୂର୍ଗା ଯୁବ ଅନୁଷ୍ଠାନ ତରଫରୁ କଳାହାଣ୍ଡି ଜିଲ୍ଲାର ଗୁଣପୁର ପଞ୍ଚାୟତ ଅନ୍ତର୍ଗତ ସାଇସୁରନି ସାପ୍ତାହିକ ବଜାର ପଡିଆ ପାଖରେ ଥିବା ଜଣେ ଗ୍ରାମବାସୀଙ୍କ ପଟ୍ଟା ଥିବା ଭଟା ଜମିରେ ସାତଦିନ ଧରି କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହା ଏ ଅଞ୍ଚଳର ଷୋହଳ ଟି କ୍ରିକେଟ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ରେ ସାଇସୂର୍ଣି ଦଳ ଓ ଖାକେଶ ଦଳ ମଧ୍ୟରେ ଫାଇନାଲ ଖେଳ ବହୁତ୍ ସୁନ୍ଦର ଓ ଆକର୍ଷଣୀୟ ଥିଲା। ଯାହାକି ପଡିଆ ଚାରିପଟେ ଶହ ଶହ ଖେଳପ୍ରେମି ଙ୍କ କରତାଳି ଓ ମାର ମାର ଧର ଧର ରେ ପ୍ରକମ୍ପିତ ହେଉଥିଲା ଆଖ ପାଖ ଅଞ୍ଚଳ । ଆଜିକାର ଫାଇନାଲ ୧୫ ଓଭର ର ଖେଳରେ ପ୍ରଥମେ ସାଇସୂର୍ଣି ଦଳ ବ୍ୟାଟିଙ୍ଗ କରି ୧୨ ଓଭର ରେ ୬୮ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । ଏହାର ଜବାବ ଦେବା ପାଇଁ ଖାକେସ ଦଳ ସେହି ୧୨ଓଭର୍ ରେ ୯ ୱିକେଟ୍ ହରାଇ ସାଇସୂର୍ଣି ଦଳକୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ହାସଲ କରିଥିଲେ। ଏହି ଖେଳର ଅମ୍ପୀୟାର ଭାବେ ବଣ୍ଟି ପାତ୍ର ଓ ଗୌର ଦଳପତି ପରିଚାଳନା ରେ ଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ରେ ସାଇସୂର୍ଣି ର ଜିତେନ୍ଦ୍ର ମାଝୀ ଏବଂ ମ୍ୟାନ ଅଫ ଦି ସିରିଜ୍ ରେ ଖାକେସ ର ଉଦୟସିଂ ମାଝୀ ହାସଲ କରି ବିଜେତା ହୋଇଥିଲେ। ଉଦଯାପନୀ ମ୍ୟାଚ୍ ରେ ଅତିଥି ରୂପେ ଗୁଣପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ , ଜୟଦୂର୍ଗା ଯୁବ ଅନୁଷ୍ଠାନ ର ସଭାପତି ସୁନାସିଂ ପରାଭୋଇ, ବରିଷ୍ଠ ସଦସ୍ୟ ଈଶ୍ୱର ରେଲି , ସମାଜସେବୀ ଘାସିରାମ ମାଝୀ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଯୋଗଦେଇ ଥିଲେ ଓ ଆଜିକାର ଖେଳର ସମ୍ପୂର୍ଣ ଧାରା ବିବରଣୀ କୁ ଅତି କୌତୁହଳ ସହିତ ସ୍ପଷ୍ଟ ଭାବରେ ଦେଇଥିଲେ ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ