Hot Posts

6/recent/ticker-posts

ଅଲିଆବାଦ ପ୍ରକଳ୍ପରେ ତ୍ରୁଟି; ଜଳ ପାଇଁ ଲମ୍ଵା ଧାଡ଼ି

ବରୀ, ୦୩/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଲକ ରତ୍ନଗିରି ପାହାଡ଼ ତଳେ ନିର୍ମିତ ହୋଇଥିବା ଅଲିଆବାଦ ପାନୀୟ ଜଳ ପ୍ରକଳ୍ପ ଆରମ୍ଭରୁ ଜଳ ଯୋଗାଣରେ ବିଫଳ ହୋଇଛି। ପ୍ରକଳ୍ପରୁ ଅଲିଆବାଦ ଓ ମାଳ ଦୁଇଟି ରାଜସ୍ବ ଗ୍ରାମକୁ ଜଳ ଯୋଗାଣର ଲକ୍ଷ ରହିଥିଲେ ମଧ୍ୟ ପ୍ରଥମେ ଏହାର ପାଣି ମାଳ ଗ୍ରାମକୁ ଯାଇ ପାରି ନଥିଲା। ଅନେକ ଅଭିଯୋଗ ପରେ ବିଭାଗ କାଳକ୍ଷେପଣ ନୀତି ଅବଲମ୍ବନ କରି ମରାମତି କରାଯିବ ବୋଲି ଦିନ ପରେ ଦିନ ଗଡ଼ାଇ ଚାଲିଥିଲା। ମାତ୍ର କୌଣସି ପରିବର୍ତ୍ତନ ନଘଟିବାରୁ ମାଳ ଗ୍ରାମର ଲୋକମାନଙ୍କର ଦାବି ଅନୁଯାୟୀ ଆଉ ଏକ ପ୍ରକଳ୍ପ ସେଠାରେ ଠାରେ । ନିର୍ମାଣ କରାଗଲା। ଏହି ପ୍ରକଳ୍ପ ବର୍ତମାନ ଆବାଦ ଗ୍ରାମକୁ ଜଳ ଯୋଗାଣ କରିବାରେ ବିଫଳ ହୋଇଛି। ଦୀର୍ଘ ୧ ମାସ ହେବ ଏହି ପ୍ରକଳ୍ପ ପାଣି ଅଲିଆବାଦ ଗ୍ରାମରେ ପହଁଞ୍ଚି ନପାରିବାରୁ ଲୋକମାନେ ହିନସ୍ତା ଭୋଗୁଛନ୍ତି । ରତ୍ନଗିରି ପଞ୍ଚାୟତ ଏହି ରାଜସ୍ବ ଗ୍ରାମରେ ୨ ଶହରୁ ଊର୍ଦ୍ଧ ଘର ରହିଥିଲାବେଳେ ଲୋକସଂଖ୍ୟା ୧୫ ଶହରୁ ଅଧିକ ପାହାଡ଼ ପାଦ ଦେଶରେ ଅବସ୍ଥିତ ଗ୍ରାମରେ ବ୍ୟକ୍ତଗତ କୁଅ କିମ୍ବା ନଳକୂପ ଖୋଳିବା ସମ୍ଭବ ହୋଇ ନଥାଏ। ଅତ୍ୟନ୍ତ ଗଭୀରକୁ ଖୋଳିଲେ ମଧ୍ୟ ଏଠାରେ ଲୁଣି ପାଣି ବାହାରି ଥାଏ । ଫଳରେ ଲୋକମାନେ ସରକାରୀ ଗଭୀର ନଳକୂପ ଓ ପରବର୍ଷି ଅବସ୍ଥାରେ ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଏହି ପ୍ରକଳ୍ପରୁ ଯେଉଁ ପାଣି ବାହାରୁଛି ତାହା ମାତ୍ର ଶହେ ମିଟର ପର୍ଯ୍ୟନ୍ତ ପହଁଞ୍ଚି ପାରୁଛି। ଲୋକମାନେ ଜଳ ଯୋଗାଣ ସମୟ ହେଲେ ଲମ୍ବା ଧାଡ଼ି କରି ନିଜ ନିଜର ଗରା ବାଲତି ନେଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସୁଛନ୍ତି। ଘଟଣା ସମ୍ପର୍କରେ ଦାୟିତ୍ବରେ ଥ‌ିବା ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡାଙ୍କୁ ପଚାରିବାରେ ଦିନେ ଦୁଇ ଦିନ ମଧ୍ୟରେ ମରାମତି ହୋଇଯିବ ବୋଲି କହିଛନ୍ତି।