ବାଲେଶ୍ୱର, ୨୮/୦୬ ( ପ୍ରଭାକର ମଲ୍ଲିକ ) : ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ସ୍ଥିତ ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନ ଓ ଓଡ଼ିଶା ରକ୍ତଦାତା ସଂଘର ମିଳିତ ସହଯୋଗରେ ହଳଦୀପଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟଅତିଥି ଭାବେ ହଳଦୀପଦା ଗ୍ରାମପଞ୍ଚାୟତର ସରପଞ୍ଚ ବରେନ୍ଦ୍ର ସେଠୀ,ସମ୍ମାନିତ ଅତିଥି ଭାବେ ରାଇସୁଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜିତ ମହାପାତ୍ର ଓ ରେମୁଣା ତହସିଲର ଅତିରିକ୍ତ ତହସିଲଦାର ମନୋଜ କୁମାର ସାହୁ ପ୍ରମୁଖଯୋଗଦେଇ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଉଦଳା ଉପଖଣ୍ଡସ୍ତରୀୟ ଓଡ଼ିଶା ରକ୍ତ କେନ୍ଦ୍ରର ବ୍ଲଡ ବ୍ୟାଙ୍କ ଅଫିସର ଡ଼:ଖଗେଶ୍ୱର ସିଂହ, ଲାବୋରେଟୋରୀ ଟେକନିସିଆନ ପ୍ରଦୀପ କୁମାର ଦଳାଇ,ଅଭିନ୍ନ ସୁନ୍ଦର ନାୟକ, ଶ୍ରବଣ କୁମାର ବେହେରା ଏବଂ ସହଯୋଗୀ ମାନସ ରଞ୍ଜନ ମହାନ୍ତି ଓ ଭଗବାନ ବେହେରା ପ୍ରମୁଖ ଯୋଗଦେଇ ୪୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଓଡ଼ିଶା ରକ୍ତଦାତା ସଂଘର ସଭାପତି ଭିକାରୀ ଚରଣ ମିସ୍ତ୍ରୀ, ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ, ବାଲିଆପା ଳ ସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଡ:ପ୍ରେମାନନ୍ଦ ସେଠୀ ପ୍ରମୁଖ ଶିବିର ପରିଦର୍ଶନରେ ଆସି ସ୍ଵେଚ୍ଛା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ସାହୁ, ସମ୍ପାଦକ ଅନିଲ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସଦସ୍ୟ ଓ ସହଯୋଗୀ ଶଙ୍କର ଧଳ, ସୁଶାନ୍ତ ସାହୁ, ମୋନାଲିସା ସାହୁ, ସୁମତି ସାହୁ, ନନ୍ଦନ ବେହେରା, ଗଣେଶ ସାହୁ, ହିତେଶ୍ନା ସାମଲ, ଆଦିତ୍ୟ ସାହୁ, ସାଗର କୁମାର ସାହୁ, ସତ୍ୟବ୍ରତ ସାହୁ, ହିମାଂଶୁ ଶେଖର ସାହୁ, ମନୋଜ କୁମାର ସାହୁ, ରୁଦ୍ର ନାରା ୟଣ ଜେନା, ଶୁଭଙ୍କର ସାହୁ, ଆଦିତ୍ୟ ସାହୁ, ସନ୍ତୋଷ ସାହୁ, ସୋହମ ସାହୁ ଓ ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ ସମ୍ପାଦକ ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
