ଅଶହାୟା କଷଣି ରାଉତ ଙ୍କୁ ନୂତନ ସିଡି ଘର ନିର୍ମାଣ ପାଇଁ ନିଷ୍ପତ୍ତି ।
ଯାଜପୁର, ୨୮/୦୬ ( ନିରୋଜ କୁମାର ସେଠୀ ) : ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାହାମ୍ବା ପଞ୍ଚାୟତ ଅନ୍ତର୍ଗତ ଡିହ କୁରାଂଶ ଗ୍ରାମର ଅସହାୟା କଷଣି ରାଉତର ଙ୍କ ନୂତନ ସିଡିଘର ଟ୍ରଷ୍ଟ ତରଫରୁ ନିର୍ମାଣ କରାଯାଇଛି। କିଛି ବର୍ଷ ହେବ କଷଣି ସ୍ବାମୀ ଶାଶୁ ଶଶୁର ଙ୍କୁ ହରାଇ ଏକ ମାତ୍ର ପୁଅ ଧରି ସରକାର ଙ୍କ ଠାରୁ ମିଳୀଥିବା ବିଜୁପକ୍କା ଘରେ ରହି ଆସୁଥିଲେ, ସିଡି ଘର ନଥିବାରୁ ବର୍ଷା ଦିନେ ରୋଷେଇ ନକରି ପାରି ଜଳଖିଆ ଖାଇ ଜୀବନ ବିତାଉଥିଲେ, ଏପରିକି ମାଙ୍କଡ ଓ ସାପ ମଧ୍ୟ ଘର ଭିତରେ ପଶି ଯାଉଥିଲେ, ଟ୍ରଷ୍ଟ ତରଫରୁ ଆଜିନୂତନ ସିଡି ଘର ନିର୍ମାଣ ସଂପୂର୍ଣ୍ଣ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ, ଉପସଭାପତି ସଙ୍ଗୀତା ଆଚାର୍ଯ୍ୟ , ସାଂଗଠନିକ ସମ୍ପାଦକ ଜ୍ଞାନ ରଞ୍ଜନ ରଥ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସାମଲ, ସାଧାରଣ ସମ୍ପାଦକ ରବୀନ୍ଦ୍ର ମିଶ୍ର, ସୁଦାମ ଚରଣ ଦାସ, ବୃନ୍ଦାବନ ପାଢ଼ୀ, ସତ୍ୟ ନାରାୟଣ ଜେନା, ଶୁଭେନ୍ଦୁ ଶତପଥୀ, ମାନସ ମଲ୍ଲିକ, ସୁମନ୍ତ ରଥ, ସନ୍ତୋଷ ନାୟକ, ସମାଜ କଲ୍ୟାଣ ଶିକ୍ଷକ ସଂଗଠନ ର ସଭାପତି ଅରବିନ୍ଦ ଦାଶ ସମ୍ପାଦକ ଗଣେଶ୍ୱର ସାହୁ,ବସନ୍ତ ପାତ୍ର, ଶିବାନନ୍ଦ ପଣ୍ଡା ଅଞ୍ଜନ ଦାସ, ଅମରେନ୍ଦ୍ର ମଲ୍ଲିକ , ସୁଶାନ୍ତ ପୃଷ୍ଟି,ବିଦ୍ୟାଧର ସାହୁ, ବିଷ୍ଣୁ ଚରଣ ସାମଲ, ଗୋଲକ ରାଉତ, ସୁଦାମ ଚରଣ ନାୟକ, ବିଶ୍ୱଜିତ୍ ଦାସ, ପ୍ରଭାସିନୀ ମଲ୍ଲ, ଅଶୋକ କୁମାର ସାହୁ, ବୀଣାପାଣି ପ୍ରଧାନ, ବିଷ୍ଣୁପ୍ରିୟା ପାଣି, ପ୍ରଶାନ୍ତ ସ୍ୱାଇଁ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ, ଆଗାମୀ ଦିନରେ କଷଣି ଙ୍କ ପୁତ୍ର ର ପଠା ପଢା ର ସମ୍ପୁର୍ଣ୍ଣ ଖର୍ଚ୍ଚ ଟ୍ରଷ୍ଟ ତରଫରୁ ବହନ କରାଯିବାର ନିଷ୍ପତି ନିଆ ଯାଇଛି ।