Hot Posts

6/recent/ticker-posts

ମାଲକାନଗିରି ଜିଲ୍ଲା ପୁଲିସ ର ସଫଳତା, ବିଶାଳ ମାଓ ଡମ୍ପ ଜବତ, ବନ୍ଧୁକ, ରକେଟ ଲଞ୍ଚର, ବମ, ବିପୁଳପରିମାଣ ର ମାଓ ସାମଗ୍ରୀ ଜବତ |

ମାଲକାନଗିରି, ୨୮/୦୬ ( ଶ୍ରୀ ଶରତ ଚନ୍ଦ୍ର ଖରା ) : ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଲକାନଗିରି ଜିଲ୍ଲା ପୋଲିସକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି | ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆନ୍ଦ୍ରପ୍ରଦେଶ ମୋଟୁମଗୁଡା ଓ ଡଙ୍କରାଇ ଥାନା ସୀମାନ୍ତ ଗୁଣ୍ଠାୱାର୍ଡ। ଓ କଦମଗୁଡା ଜଙ୍ଗଲକୁ ମାଲକାନଗିରି ଡିଭିଏଫ ଯବାନ ସର୍ଚ୍ଚଅପରେସନ ରେ ଯାଇଥିବା ବେଳେ ଏକ ବିଶାଳ ମାଓ ଡମ୍ପ କୁ ଠାବ କରିଛନ୍ତି | ସେହି ଡମ୍ପ ମଧ୍ୟରୁ ଜବତ ମାଓ ସାମଗ୍ରୀ ମଧ୍ୟରୁ ୨ଟି ଏସ ଏଲଆର ବନ୍ଧୁକ, ୨ଟି ପିସ୍ତଲ, ଏକ ଟି ଆମେରିକା ନିର୍ମିତ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ରକେଟ୍ ଲଞ୍ଚର, ଗ୍ରେନେଡ୍ ଲଞ୍ଚର, ଲ୍ୟାଣ୍ଡମାଇନ୍, ବନ୍ଧୁକ ତିଆରି ଉପକରଣ ସହିତ ୱାକି ଟକି, ଗୋଲା ବାରୁଦ, ଔଷଧ, ବହୁ ପରିମାଣ ର ମାଓସାମଗ୍ରୀ ଜବତ ହୋଇଛି |ଏହା ପୁର୍ବ ରୁ ଦୁଇଟି ସ୍ଥାନ ରୁ ମାଓବାଦୀ ଲୁଚାଇ ରଖିଥିବା ଡମ୍ପ ମଧ୍ୟରୁ ବିପୁଳ ପରି ମାଣର ବନ୍ଧୁକ ଗୋଳାବାରୁଦ କୁ ଡିଭିଏଫ୍ ଜବାନଙ୍କ ସର୍ଚ୍ଚ ଅପରେସନ ସମୟରେ ଜବତ କରିଥିଲେ, ଜିଲ୍ଲା ମାଓମୁକ୍ତ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ୍ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି | ବର୍ତ୍ତମାନ ମାଲକାନଗିରି ଜିଲ୍ଲାକୁ ମାଓବାଦୀ ମୁକ୍ତ କୁହାଯାଏ କିନ୍ତୁ ବିଭିନ୍ନ ଜଙ୍ଗଲରେ ଅନେକ ମାଓ ଡମ୍ପ ରହିଛି | ଆତ୍ମସମର୍ପଣକାରୀ ମାଓବାଦୀ ଡିଭିଏଫ୍ ଜବାନଙ୍କଠାରୁ ନିର୍ଭରଯୋଗ୍ୟ ସୂଚନା ସହିତ ନକ୍ସଲ ବିରୋଧୀ ଅପରେସନ ଜାରି ରହିଛି ବୋଲି ଏସପି ଶ୍ରୀ ପାଟିଲ କହିଛନ୍ତି,