ମଣ୍ଡି ପରିଚାଳନା ଅନିୟମିତତା, ଆନ୍ଦୋଳନ ପାଇଁ ଚାଷି ସଜବାଜ।
ଜୟପାଟଣା, ୧୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ମଣ୍ଡି ରେ ରବିଧାନ ଉଠାଣ ରେ ଅବ୍ୟବସ୍ଥା, ମଣ୍ଡି ପରିଚାଳନା ରେ ଅନିୟମିତତା ଅଭିଯୋଗ, ଗତ ମାସ ୨୦ ରେ ଟୋକାନ ଆସିବା ସତ୍ତ୍ୱେ ମଧ୍ୟ ଚାଷୀଙ୍କ ଧାନ ଉଠି ନାହିଁ।ଏ ସମ୍ପର୍କରେ ଚାଷୀ ବାରମ୍ବାର ଆରଏମସି ,ପେକ୍ସ ଓ ଯୋଗାଣ ବିଭାଗର ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୋଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷି।ଏ ନେଇ ଅସନ୍ତୋଷ ଚାଷୀ ଆଜି ବୈଠକ କରିଥିବା ବେଳେ ଆସନ୍ତା କାଲି ମଣ୍ଡି ସମ୍ମୁଖରେ ଧାରଣା ଦେବା ପାଇଁ ସଜବାଜ ହେଉଥିବା ଜଣାପଡିଛି। ରଣମାଲ ପେକ୍ସ ଅଧିନରେ ଥିବା ସବୁ ମଣ୍ଡି ରେ ଏଭଳି ଅନିୟମିତତା କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ।