Hot Posts

6/recent/ticker-posts

ତୁରକେଲ ପୋଲ ନିର୍ମାଣ ଦାବୀ ନେଇ କଂଗ୍ରେସ ଦଳ ର ଗଣ ଧାରଣା 63 ଦିନ ରେ ପହଁଚିଲା.

ଭବାନୀପାଟଣା, ୨୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ର ବୋରଡା ଅଞ୍ଚଳକୁ ମିଲକି ଅଞ୍ଚଳ କୁହାଯାଉଥିବା ବେଳେ ଏବେ ପ୍ରଶାସନ ତରଫରୁ ତୁରକେଲ ପୋଲ ରେ ଯାନବାହାନ ଚଳାଚଳ ବନ୍ଦ କରି ଦିଆଯାଇଥିବା ଯୋଗୁ ଅଞ୍ଚଳ ବାସୀ ପ୍ରାୟ 10 ମାସ ଧରି ବିଛିନ ହୋଇ ରହିଛନ୍ତି. ଏହି ପୋଲ ବନ୍ଦ ଯୋଗୁ ଏହି ଅଂଚଳ ଲୋକେ ପ୍ରାୟ 30 କିମି ବୁଲି ସଦର ମହକୁମା କୁ ଆସୁଛନ୍ତି. ତେଣୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଁ ଚାଲିଛି, ଚାଷୀ ଉତ୍ପାଦିତ ଦ୍ରବ୍ୟ ଉଚିତ ମୂଲ୍ୟରେ ବିକ୍ରି ହୋଇ ପାରୁ ନାହିଁ. ଏହି ମିଲକି ଅଞ୍ଚଳ ର 11 ଗୋଟି ପଂଚାୟତ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି ତେଣୁ ଲୋକଙ୍କ ସମସ୍ୟା ପୂରଣ ପାଇଁ ପୋଲ ନିର୍ମାଣ ଜରୁରୀ ମନେ କରି ଡ଼ିସେମ୍ବର ମାସରେ ବିଧାୟକ ସାଗର ଚରଣ ଦାସ ଙ୍କ ନେତୃତ୍ୱ ରେ ଧାରଣା ଦିଆ ଯାଇଥିଲା. ସେହି ସମୟରେ ପ୍ରଶାସନ ପ୍ରତିଶୃତି ଦେବାରୁ ଧାରଣା ରୂ ଓହରି ଯାଇଥିଲେ. ହେଲେ ସରକାର ପୋଲ ନିର୍ମାଣ ର କୌଣସି ନିର୍ଭର ପ୍ରତିଶୁତି ନ ମିଳିବାରୁ ପୁନର୍ବାର ବିଧାୟକ ସାଗର ଚରଣ ଦାସ ଙ୍କ ନିର୍ଦେଶ ରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାୟକ ଙ୍କ ନେତୃତ୍ୱ ରେ ଗତ ଏପ୍ରିଲ ମାସ 27 ତାରିଖ ରୂ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ରେ ବସି ରହିଛନ୍ତି. ଏହି ଧାରଣା ଆଜି 63 ଦିନରେ ପହଂଚି ଥିଲେ ବି ପୋଲ ନିର୍ମାଣ ଅନିଶ୍ଚିତତା ରେ ରହିଛି. ଧାରଣା ର କିଛି ଦିନ ପରେ ପୋଲ ନିର୍ମାଣ ପାଇଁ 17 କୋଟି ଟଙ୍କା ର ଏସ୍ଟିମେଟ ହୋଇଛି ବୋଲି ସରକାରୀ ଭାବେ ସୂଚନା ଥିଲେ ବି ଏହି ସରକାର ଙ୍କ ପ୍ରତିଶୃତି ଏସ୍ଟିମେଟ କୁ ବିଶ୍ୱାସ କୁ କଂଗ୍ରେସ ଦଳ ନେଇ ପାରୁ ନାହିଁ. ଏ ସମ୍ପର୍କ ରେ ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀ ଇନ୍ଦ୍ରଜିତ ମହାଖୁଡ଼ କହିଲେ ପୋଲ ନିର୍ମାଣ ଆରମ୍ଭ କିମ୍ବା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଲେ ଦଳ ପକ୍ଷରୁ ଗଣ ଧାରଣା ପ୍ରତ୍ୟହାର କରାଯିବ, ଯେହେତୁ ଗତ ଡ଼ିସେମ୍ବର ମାସରେ ହୋଥିବା ଧାରଣା ରେ ବି ଲିଖିତ ପ୍ରତିଶୃତି ପ୍ରଶାସନ ଦେଇଥିଲେ ବି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପୋଲ ନିର୍ମାଣ ର କୌଣସି ସୂଚନା ମିଳିଲା ନାହିଁ, ଏବେ ବି ପୋଲ ନିର୍ମାଣ ଏସ୍ଟିମେଟ ହୋଇ ଥିଲେ ବି ଏହି ସରକାର ପ୍ରତି ଦଳ ବିଶ୍ୱାସ ନେଇ ପାରୁ ନାହିଁ ,ପୋଲ ନିର୍ମାଣ କିମ୍ବା ଟେଣ୍ଡର କାର୍ଯ୍ୟ ଶେଷ ହେଲେ ଧାରଣା ପ୍ରତ୍ୟାହାର କରିବୁ ବୋଲି କହିଥିଲେ. ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଲେ ଆସନ୍ତା ଜୁଲାଇ 7 ତାରିଖ ରେ ତୁରକେଲ ପୋଲ ନିର୍ମାଣ ପ୍ରକ୍ରିୟା ଟେଣ୍ଡର କାର୍ଯ୍ୟ ଶେଷ ହେବ. ଆଜିର ଏହି ଗଣ ଧାରଣା ରେ ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦର୍ଜିତ ମହାଖୁଡ଼, ବିଧାୟକ ପ୍ରତିନିଧି ଧନୁର୍ଧର ଗହୀର, ଦିଲୀପ ମଙ୍ଗରାଜ, ସନ୍ତୋଷ ନାୟକ, ବାବା ଖାନ, ରଘୁଧର, ଶମ୍ଭୁ ମାଝୀ, ଚୈତନ୍ୟ ବାରିକ, ରୁକ୍ମିଣୀ ଶବର, ରୁକ ଧର ମାଝୀ, ମିଡ଼ିଆ ସେଲ ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ.