Hot Posts

6/recent/ticker-posts

ନବରଙ୍ଗପୁରରେ ୯୦ ଲିଟର ଦେଶୀ ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ

ନବରଙ୍ଗପୁର, ୩୦/୦୬ ( ଶେଖର ଖୁରା ) : ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଏବଂ ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନବରଙ୍ଗପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଓ ଚଢ଼ାଉ କରାଯାଇଥିଲା। ପେଟ୍ରୋଲିଂ ସମୟରେ ଘରମୁଣ୍ଡା ପୋଖରୀ ନିକଟରେ ଗାନ୍ଧୀନଗରରୁ ପୁରୁଣା ବଜାର ଯାଉଥିବା ରାସ୍ତାରେ ଏକ ମୋଟରସାଇକେଲରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସନ୍ଦେହ ଆଧାରରେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ତିନୋଟି ଜରି ବସ୍ତାରେ ପ୍ରତ୍ୟେକରେ ୩୦ ଲିଟର ହିସାବରେ ମୋଟ ୯୦ (ନବେ) ଲିଟର ବେଆଇନ ବାହାର ଭାଟି ମଦ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମେନ୍ଦ୍ର ସିଂ ଓ ରାଜ କୁମାର ସାହା। ଉଭୟଙ୍କୁ ଗିରଫ କରି ମାନ୍ୟବର SDJMଙ୍କ ଅଦାଲତରେ ହାଜର କରାଯାଇଥିଲା। ଏହି ଘଟଣାରେ ଅବକାରୀ ନିରୀକ୍ଷକ, ନବରଙ୍ଗପୁର ରେଞ୍ଜଙ୍କ ପକ୍ଷରୁ PR No. 37/2026-27 ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ରିସୀମା କୁମାରୀ ସୁନା ଓ ଆକ୍ରମ ଖାନ ସକ୍ରିୟ ସହଯୋଗ କରିଥିଲେ।
 ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର