Hot Posts

6/recent/ticker-posts

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ଚତୁର୍ଥ ଦିନ

ରାୟଗଡ, ୩୦/୦୬ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତ ୨୭/୦୬/୨୦୨୬ ଠାରୁ ଗୋବିନ୍ଦ ଚନ୍ଦ୍ର ଦେବ (G.C.D) ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ଚତୁର୍ଥ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ କୁମାର ସ୍ଵାଇଁ, Training In-Charge, CTTC, ମୁଖ୍ୟ ବକ୍ତା, ଶ୍ରୀ ସବ୍ୟସାଚୀ ସାହୁ, ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀ, ସମ୍ମାନୀତ ଅତିଥି ରୂପେ ଶ୍ରୀ ରୂପରଞ୍ଜନ ରଥ ଏବଂ ଶ୍ରୀମତୀ ଶୈଳବାଳା ସାହୁ, ସହକାରୀ ପ୍ରାଧ୍ୟାପକ, Centurian ବିଶ୍ୱବିଦ୍ୟାଳୟ, ରାୟଗଡ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ଵ ରେ ସ୍ଵାଗତ ବକ୍ତବ୍ୟ ଆରମ୍ଭ କରି ପ୍ରାରମ୍ଭିକ ସୂଚନା, ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ କୁମାର ସ୍ଵାଇଁ, ଅତ୍ୟାଧୁନିକ ବୈଷୟିକ ତାଲିମ ପ୍ରଦାନରେ CTTC ର ଭୂମିକା ଓ ସଫଳତା, ସମ୍ମାନୀତ ଅତିଥି ଶ୍ରୀ ରୂପରଞ୍ଜନ ରଥ Centurian ବିଶ୍ୱବିଦ୍ୟାଳୟ ଦ୍ଵାରା ବୈଷୟିକ ତାଲିମ ପ୍ରଦାନ କରି ଉଦ୍ୟୋଗୀ ଗଠନ ଏବଂ ଶ୍ରୀମତୀ ଶୈଳବାଳା ସାହୁ MSME ସ୍ଥାପନ ଦ୍ଵାରା ରୋଜଗାରର ଆସିମିତ ସୁଯୋଗ ଓ ନୂତନ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ CTTC ଓ Centurian ବିଶ୍ୱବିଦ୍ୟାଳୟ ରୁ ଆସିଥିବା ଶତାଧିକ ଛାତ୍ର ଛାତ୍ରୀ ମଧ୍ୟରେ ବକୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତା ସମାପନ ପରେ ମୂଲ୍ୟାଙ୍କନ କରାଯାଇ ବିଜେତା ମାନଙ୍କର ନାମ ଘୋଷଣା କରାଯାଇଥିଲା । ଆସନ୍ତାକାଲି ଉଦ୍ ଯାପନ ଉତ୍ସବ ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ଥିର କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ସୁନୀଲ ପ୍ରଧାନ ସଭା ପରିଚାଳନାରେ ସହଯୋଗ କରିଥିଲେ।