Hot Posts

6/recent/ticker-posts

ସାଂସଦଙ୍କ ସାଲେପୁର ଗ୍ରସ୍ତ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ।

କଟକ, ୨୮/୦୬ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିର ପୁରୁଣାହାଟ ପଂଚାୟତର ଓଡକିମିରା ଠାରେ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା , କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି, ସାଲେପୁର ବିଜେପି ନେତା ଅରିଂଦମ ରାୟ , ଜିଲ୍ଲା ବିଜେପି ଉପସଭାପତି ହିମାଂଶୁ ମହାନ୍ତି, ସତ୍ୟବାଦୀ ଚଇନି , ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଅନଲାଇନ ମାଧ୍ୟମରେ ଟିଭି ପରଦାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଉପସ୍ଥିତ ନେତା ମାନଙ୍କ ସହ ବହୁ ସଂଖ୍ୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ ସାଧାରାଣ ଲୋକମାନେ ଶୁଣିଥିଲେ। ଏହା ସହ ସ୍ବଦେଶୀ ବ୍ୟବହାର ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସାଂସଦଙ୍କ ଅପିଲକୁ ସମ୍ମାନ ଦେବା ସହ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସମୁହଁ ଶପଥ କରିଥିଲେ। ସାଂସଦଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁ ସଫଳ କାରିଗର, ସଫଳ ଚାଷୀ ଓ ବ୍ୟକ୍ତିତ୍ୱ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହ ମହାନଦୀ ବନ୍ଧ ଠାରୁ ସମିତଙ୍ଗା ଆର ଡି ରାସ୍ତା ର ଶିଳାନ୍ୟାସ ସହ ପୁରୁଣା ହାଟ ଠାରେ ଆୟୁସ୍ମାନ ଆରୋଗ୍ୟ ମନ୍ଦିରର ଲୋକାର୍ପଣ ହୋଇଥିଲା। 


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ