ଅଜଣାଜନ୍ତୁ ର ଆତଙ୍କ ନୟାନଗର ଗ୍ରାମ ରେ ଲୋକେ ଭୟଭୀତ।
ଭଦ୍ରକ ୩୦/୦୬ ( ନବଦୂତ ) : ସୂଚନା ମୁତାବିକ, ଭଦ୍ରକ ଜିଲା ପୁରୁଣା ବଜାର ଅନ୍ତର୍ଗତ-ଧନ ତୋଲା ନୟାନଗର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଭୟଭିତ ବାଘଭଳି ବିକଟାଳଶବ୍ଦ ଶୁଣି କଁଣ ବୋଲି ଲୁଚିବୁଲୁଥିବା ଏକ ବାଘ ସଦୃଶ୍ୟ ଦେହ ଓ ବାଘ ଭଳି ବିକଟାଳଗର୍ଜନ ଶୁଣି ବନ୍ୟ ବିଭାଗ କୁ ତୁରନ୍ତ ଡ଼କାଇଥିଲେ,ବନ୍ୟ ପ୍ରାଣୀ ବିଭାଗ ଘଟଣା ସ୍ଥଳ କୁ ଆସି ଅଜଣାକନ୍ତୁ ଟିକୁ ଧରିବା ପାଇଁ ଯୋଜନା କରିଛନ୍ତି, ବହୁ ଦୂରରୁ ଜନ୍ତୁଟିର ଚେହେରା ଓ ରାଵ ଶୁଣି ଲୋକମାନଙ୍କୁ ଭୟଭୀତ ନ ହେବାପାଇ ଜଣାଇ ଛନ୍ତି, ଏହା ଏକ ଜଙ୍ଗଲୀବଡ଼ ଫିସିଙ୍ଗକେଟ ବୋଲି ଅନୁମାନ କରୁଛନ୍ତି।ଏବଂ ଅଜଣା ଜନ୍ତୁଟିକୁ ଜାଲରେ ଧରିବା ପାଇଁ ଯୋଜନାମଧ୍ୟ ଚଳାଇଥିବାର ସୂଚନାମିଳିଛି। ମାନସକୁମାର ସାହୁ