Hot Posts

6/recent/ticker-posts

ବ୍ରର୍ଯ ପାତ ନେଲା ଜଣକର ଜୀବନ। ଅଳ୍ପକେ ବର୍ତ୍ତୀଲେ ଆଉ ଜଣେ।

ଯାଜପୁର, (ନିରୋଜ କୁମାର ସେଠୀ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମ ପଞ୍ଚାୟତର ଗୁଣ୍ଡିଲୋ ଗ୍ରାମର ସଂଗ୍ରାମ ନାୟକଙ୍କ ପିତା ସ୍ଵର୍ଗତ ସନ୍ତୋଷ କୁମାର ନାୟକ ବିଲକୁ ବିହନ ବୁଣିବାକୁ ଯାଇଥିଲେ ବିହନ ବୁଣିବା ସମୟରେ ବ୍ରର୍ଯ୍ୟ ପାତ ମାରିବାରୁ ବିଲରେ ମରି ପଡ଼ିଥିଲେ। ଘରକୁ ଫେରିବାର ବିଳମ୍ବ ହେବାରୁ ଘର ଲୋକେ ବିଲକୁ ଯାଇ ଦେଖିଲା ବେଳକୁ ବିଲରେ ମରି ପଡିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ନେବାରେ ଜଣାପଡିଛି ଧର୍ମ ଶାଳା ଚୋର ମୁହାଁ ଗ୍ରାମ ପଞ୍ଚାୟତର ନରସିଂହ ପୁର ଗ୍ରାମର କୃଷକ ନେତା ବସନ୍ତ ପରିଡ଼ା ବ୍ରର୍ଯ୍ୟ ପାତରୁ ଅଳ୍ପକେ ଵର୍ତ୍ତୀଯାଇ ଛନ୍ତି।