ମଲାଚଣ୍ଡିଆ ଛକରେ ବିପଦର ବାଉଁଶ, ଠିକା ସଂସ୍ଥା ଫେରାର
କଟକ, ୦୬/୦୬ ( କାଁହୁ ଚରଣ ବାରିକ ) : କଟକ ସହରର ମଲା ଚଣ୍ଡିଆ ଛକ ରେ ଅସ୍ଥାୟୀ ସେଡ ଉଠିଯିବା ପରେ ବି ଏପର୍ଯ୍ୟନ୍ତ ବାଉଁଶ ଖୋଲା ଯାଇ ନାହିଁ। ବାଉଁଶ । ମୂଳ କୁ କଂକ୍ରିଟ ଢଳେଇ କରି ଦେଇଥିବା କାରଣରୁ ଏହାକୁ ବାହାର ନକରି ଠିକା ସଂସ୍ଥା ଫେରାର । ଯାହା ଫଳରେ ରାସ୍ତା ଉପରେ ତିନି ଫୁଟ ବାଉଁଶ ପୋତା ହୋଇ ରହିଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିବାର ଖବର ମଧ୍ୟ ଆସୁଛି। ତୁରନ୍ତ ଏହାକୁ ହଟାଇବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ
ନବଦୂତ news