କେନ୍ଦ୍ର ସରକାରଙ୍କ ୧୨ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ରାୟଗଡା ରେ ବୁଦ୍ଧିଜୀବୀ ସମ୍ମିଳନୀ।
ରାୟଗଡ଼ା, ୩୦/୦୬ ( ଭି. ଗୌରି ଶଙ୍କର ରାଓ ) : ଓଡ଼ିଶାରେ ଡବଲ ଇଞ୍ଜିନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୧୨ବର୍ଷ ପୂର୍ତ୍ତି ହୋଇଛି, ଯାହାକୁ ନେଇ ଜିଲ୍ଲା ଏବଂ ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେପି ପକ୍ଷରୁ ବିଭିନ୍ନ ଲୋକ ହିତକର ଉର୍ଣ୍ଣତୀ ମୂଳକ କାର୍ଯ୍ୟ ହୋଇଛି, ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରଙ୍କ ବିକାଶର ଧାରା ଲୋକଙ୍କ ନିକଟରେ କେତେ ପଂହଁଚିଛି, ଏବଂ ଗାଁ ଗଣ୍ଡାରେ ଆଉ କଣ କାର୍ଯ୍ୟ ବାକି ରହିଛି ତାହାର ରିପୋର୍ଟ କାର୍ଡ ସହିତ, ଆଜି ରାୟଗଡ଼ା ଜିଲ୍ଲା ସଦରରେ ମଧ୍ୟ ଏହାକୁ ନେଇ ସାଧାରଣ ଲୋକ ଏବଂ ବରିଷ୍ଟ ନାଗରିକ ଓ ବୁଦ୍ଧିଜୀବୀ ଙ୍କୁ ନେଇ ବିଜେପି ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ସଙ୍କର ମାଝୀ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ଅନେକ ବୁଦ୍ଧିଜୀବୀ ରାଜ୍ୟର ଏବଂ କେନ୍ଦ୍ରର ବିକାଶ ଉପରେ ଅନେକ ଟିପଣି ରଖିଥିଲେ, ସେ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶ ହେଉ କିମ୍ବା ଜଣେ ଆଦିବାସୀ ମହିଳା ଦ୍ରୋପଦି ମୁର୍ମୁଙ୍କୁ ରାଷ୍ଟ୍ରପତି ପଦବୀରେ ବସାଇବା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମାଧ୍ୟମରେ କଳା କୌଶଳ ଯୋଗାଇବା ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସିଧା ସଳଖ ଅଭିଯୋଗ ଶୁଣାଣି ଭଳି ବିଭିନ୍ନ କ୍ଷେତ୍ରରେ ଉର୍ଣ୍ଣତୀ ହୋଇଛି, ଏବଂ ଆଗକୁ ମଧ୍ୟ କିଛି କାର୍ଯ୍ୟ ହେବାର ବାକି ରହିଛି ତାହାମଧ୍ୟ ଖୁବ ଶୀଘ୍ର ସମାଧନ ହେବା ନେଇ ଆଶା ଓ ଭରସା ରଖିଛନ୍ତି ଲୋକେ।ଏହା ବ୍ୟତୀତ ରାୟଗଡା ଜିଲ୍ଲା ବାସୀଙ୍କର ମଧ୍ୟ କିଛି ଛୋଟ ବଡ଼ ଦାବି ରହିଛି ଯାହାର ସମାଧାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବା ନିମନ୍ତେ କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ସଙ୍କର ମାଝୀ।