Hot Posts

6/recent/ticker-posts

କିର୍ମିରା ରେ ଜନ ଅଭିଯୋଗ ଶୁଣାଣୀ ଶିବିର

ଲଇକେରା, ୧୬/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୩୮ଗୋଟି ଅଭିଯୋଗ ମଧ୍ୟରୁ ୧୫ଗୋଟି ସାମୁହିକରୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା, କଙ୍କରାମୁଣ୍ଡା ଗ୍ରାମର ଗଣ୍ଡପଡାରେ ନଳକୂପ ମରାମତି ଓ ଜୋରଡୁଲି ପାଖରେ ଗଭୀର ନଳକୂପ ଖନନ ଏବଂ ଚେକଡ୍ୟାମ ତିଆରି, ଧୁତୁରା ଗ୍ରାମର କେତେକ ଚାଷିଙ୍କ ଜମିରେ ରେଳ ଲାଇନ ତିଆରି ଓ ଧୁତୁରା ମୂଖ୍ୟ ରାସ୍ତା ପିଚୁ କରିବା, କାଦୋବାହାଲ ସ୍କୁଲରେ ପାନୀୟ ଜଳର ସୁବିଧା, ବାଗଡିହି ମୂଖ୍ଯ ରାସ୍ତା ଓ ତେଲିଡିହି ମୂଖ୍ଯ ରାସ୍ତା ମରାମତି, ସିଆଳରମା ଅଙ୍ଗନବାଡି କେନ୍ଦ୍ରରେ ବର୍ଷାପାଣି ଝରୁଥିବାରୁ ମରାମତି, ଅର୍ଡା ରୁ ତାଲମାଳ ରାସ୍ତା ମରାମତି ଅଭିଯୋଗ ସହ ବ୍ଯକ୍ତିଗତରେ ଜମି ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘର, ମାସିକ ଭତ୍ତା ୧୦୦୦ ରୁ ୩୫୦୦ (ତିନି ହଜାର ପାଞ୍ଚଶହ) ଟଙ୍କା କୁ ବୃଦ୍ଧି ଅଭିଯୋଗ ହୋଇଥିଲା । ଶିବିରରେ ଜିଲ୍ଲା ଆଦିବାସୀ ଉନ୍ନୟନ ଅଧିକାରୀ ସଞ୍ଜିବ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋସ୍ନାମୟୀ ପ୍ରଧାନ, ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା.ମାଧୁରୀ ପଟେଲ, ବିଡିଓ ଅଭିନାଶ ଲାକ୍ରା, ବ୍ଲକ ଉପାଧ୍ଯକ୍ଷା ସାବିତ୍ରୀ ମାଝୀଙ୍କ ସ଼ହ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।