ଶୀତଳ ଷଷ୍ଠୀ ପାଇଁ କନ୍ୟା ପିତାମାତା ଙ୍କ ଘରେ ପ୍ରସ୍ତୁତି
ସୁବର୍ଣ୍ଣପୁର, ୧୭/୦୬ ( ଜଗଦିଶ ମେହେର ) : ଶୀତଳଷଷ୍ଠୀ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଚଳଚଞ୍ଚଳ ସହ ଜୋରଦାର ପ୍ରସ୍ତୁତି ଦେଖାଦେଇଛି l ମାତା ପାର୍ବତୀ କନ୍ୟା ପିତା ମାତା ଙ୍କ ଘର ଚଳଚଞ୍ଚଲ l ଦେବ ଦେବ ମହାଦେବ ଚନ୍ଦ୍ରଶେଖର ବାବାଙ୍କ ଶଶୁର ଘର ସୁବର୍ଣ୍ଣପୁର ସହର ପାଣିଶିଆଳି ଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି l ମାତା ପାର୍ବତୀକୁ ଝିଅ ଘର ଲୋକେ ଶିବ ବାବାଙ୍କୁ ଜାନି ଯୌତୁକ ଦେବାପାଇଁ ସବୁ କିଛି କିଣା ସରିଯାଇଛି l ସୁନା ରୁପା କଂସା ବାସନ ପଲଙ୍କ ଗଦି କମ୍ବଳ ଯାହା କିଛି ବିବାହ ଉତ୍ସବରେ ଝିଅକୁ ଦିଆଯାଇଥାଏ ଉପହାର ସ୍ୱରୂପ ସବୁକିଛି କିଣା ସରିଛି l ସୁବର୍ଣ୍ଣପୁର ସହରରେ ମାତା ପାର୍ବତିଙ୍କ ଘରେ କିଭଲି ପ୍ରସ୍ତୁତି ଚାଲିଛି ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁବର୍ଣ୍ଣପୁର ଜିଲ୍ଲା l