Hot Posts

6/recent/ticker-posts

ମେରା ୟୁବ ଭାରତ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ।

ରାୟଗଡ଼ା, ୦୬/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଅନ୍ତରଭୁକ୍ତ ସଦର ମହକୁମା କାର୍ଲାକଣା ପଞ୍ଚାୟତ କୁରୁମପେଟା ଗ୍ରାମରେ ନେତାଜୀ ଯୁବକ ସଂଘ ଏବଂ ମେରା ୟୁବ ଭାରତ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା ମେରା ୟୁବ ଭାରତ ଶାଖାର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶର ବେମୁଲୱାଡା, କାର୍ଲାକଣା ଗ୍ରାମ ପଞ୍ଚାୟତର  ସମିତି ମେମ୍ୱର ଶ୍ରୀମତୀ ବନ୍ଦନା ଅଟକା, ସମାଜ ସେବୀ ଓ ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟୀ, କାର୍ଲାକଣା ଗ୍ରାମ ପଞ୍ଚାୟତର  ପୂର୍ବତନ ସମିତି ମେମ୍ୱର ଶ୍ରୀ ମୁୱାଲା ହେମା ସୁନ୍ଦର ନେତାଜୀ ଯୁବକ ସଂଘ ର ଉପଦେଷ୍ଟା ଶ୍ରୀ ମୁନା କାଦ୍ରକା ପ୍ରମୁକ୍ ଯୋଗଦେଇଥିଲେ। ନେତାଜୀ ଯୁବକ ସଂଘ ର ପ୍ରାୟ ୬୦ ଜଣ ଯୁବକ ଯୁବତୀ ଏହି ଦିବସ ରେ ଯୋଗଦେଇଥିଲେ। ପ୍ରଥମେ ପରିବେଶ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏହି  ପ୍ରତିଯୋଗିତା ପ୍ରାୟ ୨୨ ଜଣ ଅଂଶଗ୍ରହଣକରିଥିଲେ ଏବଂ ଏଥି ମଧ୍ୟରୁ ୦୭  ଜଣ ବିଜେତା ହୋଇଥିଲେ ବିଜେତା ମାନଙ୍କୁ  ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ  କିଶର ବେମୁଲୱାଡା ଯୁବକ ଯୁବତୀ ମାନଙ୍କୁ  ମେରା ଯୁବ ଭାରତ ଏହା ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏକ ଜାତୀୟ ଯୋଜନା ବା ସ୍ୱାଧୀନ ସଂସ୍ଥା (ସ୍ୱାୟତ୍ତ ସ୍ୱୟଂଶାସିତ ସଂସ୍ଥା). ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଦେଶ ଗଠନ କାର୍ଯ୍ୟରେ ସାମିଲ କରିବା. ଯୁବ ଶକ୍ତିର ବିକାଶ: ୧୫ ରୁ ୨୯ ବର୍ଷ ବୟସର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ଦେବା.ବିକଶିତ ଭାରତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ମୁଖ୍ୟ ଚାଳିକା ଶକ୍ତି ଭାବେ ଗଢ଼ି ତୋଳିବା.ଡିଜିଟାଲ୍ ମାଧ୍ୟମ: ଏହା ଏକ ପୋର୍ଟାଲ୍ ଯେଉଁଠାରେ ଯୁବକମାନେ ପଞ୍ଜୀକରଣ କରି ସରକାରୀ ଯୋଜନା, ସ୍ଵେଚ୍ଛାସେବୀ କାର୍ଯ୍ୟ (ସ୍ଵେଚ୍ଛାସେବୀ କାର୍ଯ୍ୟ) ଏବଂ ଇଣ୍ଟର୍ନସିପ୍ ର ସୁଯୋଗ କିପରି ପାଇପାରିବେ ତାହା କହିଥିଲେ। ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି ପରିବେଶ କୁ କିପରି ସୁରକ୍ଷା ଦେବା ତାହା ବିଷୟ ରେ ବର୍ଣ୍ଣନା କରିଥିଲେ। ଶେଷରେ ମେରା ୟୁବା ଭାରତ ତରଫରୁ ନେତାଜୀ ଯୁବକ ସଂଘ କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା।