Hot Posts

6/recent/ticker-posts

କୋଟି ପତି ବାଲିଗୁଡ଼ା ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରୀ

ଫୁଲବାଣୀ, ୦୬/୦୬ ( ସୁରେନ୍ଦ୍ର ମାଝୀ ) : କୋଟିକୋଟି ଟଙ୍କା ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ବାଲିଗୁଡ଼ା ଆଇଟିଡିଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଙ୍କ କାର୍ଯ୍ୟାଳୟ, ନିଜ ଘର, ସମ୍ପର୍କୀୟ ଘର ଆଦି ୯ଟି ସ୍ଥାନରେ ଶନିବାର ଭିଜିଲାନସ୍ ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି l ଏ ଇଇ ବେହେରା ଙ୍କ ନାମରେ ବହୁ ପୁର୍ବରୁ ଦୁର୍ନୀତି ଓ ଅର୍ଥ ଆତ୍ମସାତ ନେଇ ଅଭିଯୋଗ ହୋଇ ଆସୁଥିଲାlସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ୱର ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଏହି ଚଢାଉ କରିଛି ଭିଜିଲାନସ୍ ଟିମ୍ l ବେହେରାଙ୍କ ବାଲିଗୁଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ, ବାସଭବନ, ଯାଜପୁର ଧର୍ମଶାଳା ରେ ଥିବା ବାସଭବନ, ସମେତ ବାରିପଦା ଓ ଧର୍ମଶାଳା ରେ ଥିବା ସମ୍ପର୍କୀୟ ମlନଙ୍କ ଘର ଉପରେ ଚଢାଉ କରି ଭିଜିଲାନସ୍ ବହୁତ ଗୁରୁତ୍ଵ ପୂର୍ଣ୍ଣ କାଗଜ ପତ୍ର ଠାବ କରି ଛି l ବେହେରାଙ୍କ ର ଭୁନେଶ୍ବରସ୍ଥିତ ନିଳାଦ୍ରୀ ବିହାର ରେ ୪ମହଲା ପ୍ରାସାଦ, ଶୈଳଶ୍ରି ବିହାର ରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ ରେ ଦୁଇ ମହଲା, ଚନ୍ଦ୍ର ଶେଖର ପୂର୍ ରେ ଦୁଇ ମହଲା ଘର ଠାବ କରିଛି ଭିଜିଲାନ୍ସ ବିଭାଗ l ଜାଜ୍ ପୁର ଧର୍ମଶାଳା ନିକଟ ପାଣ୍ଡୁ ଆ ଗ୍ରାମରେ ଦୁଇ ମହଲା ଘର, ସମେତ ବ୍ୟାଙ୍କ ଖା ତା, ସୁନା ରୂପା ଗହଣା, ଲକ୍ ର ଆଦି ର ସନ୍ଧାନ ପାଇଛି ଭିଜିଲାନସ୍ l ଏ ସବୁର ସବିଶେଷ ତଦନ୍ତ ଓ ହିସାବ ପରେ ମୋଟ ଆୟ ବର୍ହିଭୁତ ସଂପତ୍ତି ମୂଲ୍ୟ ଜଣl ପଡ଼ିବ l ଭିଜିଲାନସ୍ ଟିମ୍ ରେ ୨ଅତିରିକ୍ତ ଏସପି, ୫ଡି ଏସପି, ୬ଜଣ ଇନ୍ସପେକ୍ଟର, ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ l