ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ, ଶେଷରେ ପୋଲିସ ଜାଲରେ ସ୍ୱାମୀ
ଦଶମନ୍ତପୁର, ୧୭/୦୬ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅର୍ନ୍ତଗତ ପି ବେଡାପଦର୍ ଗ୍ରାମ ପଞ୍ଚାୟତର ପଞ୍ଚଡ଼ାପଦର୍ ଗ୍ରାମରେ ରୁମ ଟାଙ୍ଗୁରା ଘଟଣା ବଡ଼ ଚାଞ୍ଚଲ୍ୟ ମାନ କରିଛି । ଗତ ଛଅ ମାସ ହେବ ପଞ୍ଚଡାପଦର୍ ଗ୍ରାମର ଶ୍ରୀ ପବିତ୍ର ସାଉଁନ୍ତା ନାମକ ବ୍ୟକ୍ତି ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ତୟାପୁଟ ଗ୍ରାମ ପଞ୍ଚାୟତର କାହ୍ନାପାଡ଼ି ଗ୍ରାମର ଜୟନ୍ତୀ ପ୍ରସ୍କା ନାମକ ଜଣେ ଯୁବତିଙ୍କୁ ବିବାହ କରିଥିଲେ , ବିବାହ ପରେ ଝିଅର ପିତାମାତା ସେମାନଙ୍କର କ୍ଷମତାନୁସାରେ ବିଧିବଦ୍ଧ ଭାବରେ କିଛି ଚଳନୀୟ ଆବଶ୍ୟକତା ସମାନ ଦେଇଥିଲେ, ତନ୍ମଧ୍ଯରୁ ଗଳାରେ ସୁନାର ମାଳି ଓ ସ୍ମାର୍ଟ୍ ମୋବାଇଲଟି ଲୋକଲଚ୍ୟକୁ ଆସିଛି । କିନ୍ତୁ କିଛି ମାସ ପରେ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଲା, ପରବର୍ତ୍ତୀ ସମୟରେ ନୃସଂଘାର ଭାବରେ ସ୍ତ୍ରୀକୁ ହତ୍ୟା କରି ଗୋଟିଏ ଜଙ୍ଗଲର ଗଛଉପରେ ଜଙ୍ଗଲ୍ ଦୌଡିରେ ଟଙ୍ଗାଇ ଦେଇଥିଲା । ହତ୍ୟା ପରେ ସ୍ତ୍ରୀର ସୁନା ଚେନ ଓ ମୋବାଇଲ ନେଇ ଶ୍ବଶୁର ଘରକୁ ଯାଇ ଆପଣଙ୍କ ଝିଅ ମୋତେ ଛାଡ଼ି କୁଆଡ଼େ ଚାଲିଗଲେ କେବଳ ସୁନା ଓ ମୋବାଇଲ ରଖି , ମୁଁ କିଛି ଦିନ ଖୋଜା ଖୋଜି କରିବା ପରେ ନ ପାଇ ଶେଷରେ ସୁନା ଓ ମୋବାଇଲ ଫେରାଇବାକୁ ଆସିଛି ଓ ଆପଣ ମାନଙ୍କୁ ସେ ବିଷୟରେ ଅବଗତ କରାଇବା ନିମନ୍ତେ ଆସିଲି । କିନ୍ତୁ ଶ୍ବଶୁରଙ୍କ ପରିବାର ସନ୍ଧେହ କରି ଜ୍ୱାଇଁ ପୁଅ କୁ ଘରେ ଅଟକ ରଖି ଲକ୍ଷ୍ମୀପୁର ପୋଲିସ ଥାନାକୁ ଏତଲା ଦେଲେ ତତ୍ପରେ ଲକ୍ଷ୍ମୀପୁର ଥାନା ଅଧିକାରୀ ସହ ପୁଲିସ କର୍ମଚାରୀ ଯାଇ ତଦନ୍ତ କରି ଦଶମନ୍ତପୁର ଥାନା ଅଧିକାରୀଙ୍କୁ ଜଣାଇ ଥିଲେ, ପରେ ଦଶମନ୍ତପୁର ପୋଲିସ ଥାନା ଅଧିକାରୀ ତଦନ୍ତ କରି ପରଜା ବେଡ଼ା ପଦର୍ ପଞ୍ଚଡାପଦର୍ ଗ୍ରାମର ଜଙ୍ଗଲ ଭିତରେ ମୃତ ଶରୀର ଗୋଟିଏ ଗଛ ଉପରେ ଜଙ୍ଗଲ ଦୋଉଡ଼ିରେ ଝୁଲୁଥିବାର ଉଦ୍ଧାର କରାଗଲା । ଅଧିକ ତଦନ୍ତ ପରେ ହତ୍ୟାକାରୀ ସ୍ୱୀକାର କରି କହିଛି ମୁଁ ନିଜେ ହତ୍ୟା କରି ଜଙ୍ଗଲ ଭିତରେ ଥିବା ଗଛରେ ତଙ୍ଗାଇଲି । ଉକ୍ତ ସ୍ଵୀକାରୋକ୍ତି ପରେ 302 ଓ ଅନ୍ୟାନ୍ୟ ଦଫା ଲଗାଇ ଆସାମୀକୁ ଜେଲ୍ ଦଣ୍ଡ ଭୋଗ ନିମନ୍ତେ ପଠାଇ ଦିଆଗଲା ।