ରଜକ ସମାଜର ବାର୍ଷିକ ବୈଠକ ; ଜାତିର ବିକାଶ ପାଇଁ ଏକତା ଜରୁରୀ
ଗଞ୍ଜାମ ,୦୮/୦୬ ( ସତ୍ୟମ ଜଗତ ) : ଭଞ୍ଜନଗର ସ୍ଥିତ ଯୋଗୀମାରୀ ନିଡ଼ିଆ ବଗିଚା ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ତାଲୁକା ରଜକ ସମାଜ କାଯ୍ୟକର୍ତ୍ତା ନିଳାଞ୍ଚଳ ସେଠୀ, ରାମଚନ୍ଦ୍ର ସେଠୀ ଅତିଥି ଭାବରେ ଯୋଗ ଦେଇ ସମାଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ, ଜାତି ଓ ଅଞ୍ଚଳର ବିକାଶ ନିମନ୍ତେ ଏକତା ମନୋଭାବ ସହ ଭବିଷ୍ୟତର ପିଢ଼ିକୁ ଉତ୍ତମ ଶିକ୍ଷା ଦେବାକୁ ମତ ବ୍ୟକ୍ତ କରିଥିଲେ। ସମ୍ପାଦକ ପ୍ରବୀଣ ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ସଭାପତି ଭାବେ ରାଧା ମୋହନ ସେଠୀ, ଉପସଭାପତି କୈଳାସ ଚନ୍ଦ୍ର ସେଠୀ, ସମ୍ପାଦକ କଂନ୍ହୈଇ ଚରଣ ବେହେରା, କୋଷାଧ୍ୟକ୍ଷ ସୁଦର୍ଶନ ସେଠୀ,ସହ ସମ୍ପାଦକ ଭାବେ ପ୍ରବୀଣ ସେଠୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ବୈଠକରେ ଉପର ଅଣଗିରୀ ମୁଠାର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ରଜକ ଭାଇ ମାନେ ଉପସ୍ଥିତ ଥିଲେ। ମିଟୁ ସେଠୀ, ସନ୍ତୋଷ ସେଠୀ, ରବି ନାରାୟଣ ସେଠୀଙ୍କ ସମେତ ବହୁ ରଜକ କାଯ୍ୟକ୍ରମରେ ସହଯୋଗ କରିଥିଲେ।