Hot Posts

6/recent/ticker-posts

ପଏଁରୀ ଅନୁଷ୍ଠାନର ନିଆରା ପ୍ରୟାସ, ଶତାଧିକ କଳାକାରଙ୍କୁ ବାଡିଖେଲ ତାଲିମ

ସୋନପୁର, ୦୮/୦୬ ( ଲାଲ ବିହାରୀ ମାଝୀ )ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଷଣ୍ଡା ପ୍ରାଙ୍ଗଣରେ ଏକ ସାରସ୍ୱତ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ଙ୍କର ଗୁରୁ-ଶିଷ୍ୟ ପରମ୍ପରା ଅନ୍ତର୍ଗତ ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ ଶୀର୍ଷକରେ ଷଣ୍ଡା ଗ୍ରାମର ବାଡିଖେଲ ଅନୁଷ୍ଠାନର ବରିଷ୍ଠ କଳାକାର ତଥା ସଭାପତି ଶ୍ରୀ ଶେଷଦେବ ପଧାନ ଙ୍କ ଅଧ୍ୟକ୍ଷତାରେ ଓ ପଏଁରୀ ଅନୁଷ୍ଠାନର ସଂପାଦକ ତଥା ଲୋକ କଳା ଗବେଷକ ଶ୍ରୀ ଚୌଧୁରୀ ବିଭାରଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଇଥିଲା । ପଏଁରୀ ଅନୁଷ୍ଠାନର ସଂପାଦକ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଶ୍ରୀ ଚୌଧୁରୀ ବିଭାର  ପାରମ୍ପରିକ ଲୋକକଳା “ବାଡିଖେଲ” କର୍ମଶାଳା ସହିତ ପ୍ରର୍ଦଶନ  ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧ  ଉପସ୍ଥାପନା କରିଥିଲେ ।  ପରେ ସାଂସ୍କୃତିକ କର୍ମଶାଳା ଆରମ୍ଭ ହୋଇଥିଲା । ଅନୁଷ୍ଠାନର  କଳାକାର ମାନେ  ବିଭିନ୍ନ ବାଦ୍ୟ  ସହିତ "ବାଡିଖେଲ୍" ଲୋକକଳା କେମିତି ପରିବେଷଣ କରାଯାଏ ତା ଉପରେ ବିଭିନ୍ନ  ବାଦ୍ୟ ଓ ନୃତ୍ୟ ଭଙ୍ଗୀ ମାନ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ସାଂସ୍କୃତିକ କର୍ମଶାଳାରେ ଅନୁଷ୍ଠାନର  ଶତାଧିକ  କଳାକାର ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ ପ୍ରଦୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।